ରାଜ୍ୟ

ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ EDର ତନାଘନା: ହାଜର ହେଲେ ଆର୍କିଟେକ୍‌ ରଞ୍ଜିତ ବେହେରା

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ EDର ତନାଘନା। ହାଜର ହେଲେ ଆର୍କିଟେକ୍‌ ରଞ୍ଜିତ ବେହେରା। ହାଜର ହେବା ପାଇଁ ରଞ୍ଜିତଙ୍କୁ ନୋଟିସ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ନେଇ ଇଡି ସୁରାକ ପାଇଛି । ଅର୍ଚ୍ଚନାଙ୍କ ଘରର ନିର୍ମାଣ କାମ ରଞ୍ଜିତ କରିଥିବା ସୂଚନା ମିଳିଛି ।

ଏପଟେ ଆଜି ରିମାଣ୍ଡରେ ଆସିବେ ଅର୍ଚ୍ଚନା ନାଗ । ଆଜିଠୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ୧୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ଅନୁମତି ଦେଇଛନ୍ତି କୋର୍ଟ । ଅର୍ଚ୍ଚନାଙ୍କ ପାଇଁ ୧୦୦ ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି । ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୦ ଜଣଙ୍କୁ ଜେରା କରିଛି ଇଡି । ସେମାନଙ୍କ ତଥ୍ୟ ଆଧାରରେ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପରେ ପୁଣି ସେହି ବ୍ୟକ୍ତି ମାନଙ୍କୁ ଡାକି ମୁହାଁମୁହିଁ ଜେରା କରିବ ଇଡି ।

୪ ବର୍ଷ ଭିତରେ କେମିତି ହେଲେ କୋଟିପତି ? କେଉଁମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି ? କାହାକୁ କାହାକୁ ଅର୍ଚ୍ଚନା ବ୍ଲାକମେଲିଂ କରିଛନ୍ତି ? ଟଙ୍କା ରୋଜଗାର କରିବାକୁ ଉତ୍ସ କ’ଣ ? ଅର୍ଚ୍ଚନାଙ୍କ କାରବାରରେ ଆଉ କିଏ ସାମିଲ ? ଏମିତି ପଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ । ଖୁବଶୀଘ୍ର ସିନେ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ ମଧ୍ୟ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି ।

ଅର୍ଚ୍ଚନାଙ୍କ ସହ ସେମାନଙ୍କୁ ମଧ୍ୟ ଏକାଠି ବସାଇ ଜେରା କରିବ ବୋଲି ସୂଚନା ମିଳିଛି । ଗତକାଲି କୋର୍ଟରେ ହାଜର ହେବାବେଳେ ବିସ୍ଫୋରକ ବୟାନ ରଖିଥିଲେ ଅର୍ଚ୍ଚନା । ତଥାକଥିତ ଭିକ୍ଟିମ୍‌ କୁଆଡେ ଗଲେ ଓ ଶ୍ରଦ୍ଧାଞ୍ଜଳି କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କଠାରୁ ଟଙ୍କାଟିଏ ନେଇନଥିବା କହିଛନ୍ତି ଅର୍ଚ୍ଚନା ନାଗ୍‌ ।

Sonalisa

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

4 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

15 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

43 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago