ରଣପୁର ଆର.ଡି ଡିଭିଜନ୍‌ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ରଣପୁର ଆର.ଡି ଡିଭିଜନ୍‌ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ। ଘର ଯାଞ୍ଚ ବେଳେ ୩୫ ହଜାର ଟଙ୍କାର ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ମିଳିଛି। ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଋଷିନାଥ ବରାଳଙ୍କ ସଂପତ୍ତି ଯାଞ୍ଚ କରୁଛି ଭିଜିିଲାନ୍ସ। ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳର ୪ଟି ସ୍ଥାନରେ ରେଡ୍‌ ଚାଲିଛି। ଚଢାଉ ବେଳେ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ଗୋଟିଏ ପ୍ଲଟ୍‌, ଗୋଟିଏ ୪ ଚକିଆ ଓ ଗୋଟିଏ ଦୁଇ ଚରିଆ ଯାନ ଥିବା ଜଣାପଡିଛି। ଟିମ୍‌ରେ ଅଛନ୍ତି ୪ ଡିଏସ୍‌ପି ଓ ୮ ଇନିସ୍ପେକ୍ଟର।

Leave A Reply

Your email address will not be published.