ରାଉରକେଲାରେ ଶିଶୁ ବିକ୍ରି ରାକେଟ ପର୍ଦ୍ଦାଫାଶ, ମାମଲାରେ ସମ୍ପୃକ୍ତ ଥିଲେ ୭ ଜଣ

ରାଉରକେଲା(କେ ନ୍ୟୁଜ):  ପୁତ୍ର ସନ୍ତାନ ପାଇଁ ଲକ୍ଷେ ଓ କନ୍ୟା ସନ୍ତାନ ପାଇଁ ୩୦ରୁ ୪୦ ହଜାର ଟଙ୍କା ଦେବା ପାଇଁ ଚୁକ୍ତି କରିଥିଲେ ସଙ୍ଗୀତା ଓ ନୀତା ଅଗ୍ରୱାଲ । ଏହାପରେ ସୀମା ନିଜ ଦେଢ଼ ବର୍ଷର ନାତୁଣୀକୁ ସେମାନଙ୍କୁ ଦେଇଥିଲେ ମଧ୍ୟ ଟଙ୍କା ପାଇନଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର ସହ ର‍୍ୟାକେଟର ପର୍ଦ୍ଦାଫାସ କରିଥିଲେ ।

ଅଭିଯୁକ୍ତ ମହିଳାଙ୍କ ମୋବାଇଲ ଫୋନରୁ ମିଳିଥିଲା ବହୁ ଶିଶୁସନ୍ତାନଙ୍କ ଫଟୋ । ପଚରାଉଚରା ବେଳେ ସେମାନେ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦୁଇଟି ଶିଶୁ ବିକ୍ରି କରିଥିବା କହିଥିଲେ । ରାକେଟରେ ଅନେକ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ପୋଲିସ ରାକେଟର ଚେର କେତେ ଦୂରକୁ ଲମ୍ବିଛି ତାର ଖୋଳତାଡ଼ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.