‘ଖୁସି ତ’ ପଞ୍ଚ୍ ଲାଇନରେ ଆସିଲା ରାପ୍, ରହିଛି ଓଡ଼ିଆ ସଂସ୍କୃତି, ଐତିହ୍ୟର ଗାଥା

ଭୁବନେଶ୍ବର (କେନ୍ୟୁଜ୍) : କଟକରେ ହକି ବିଶ୍ୱକପ ଉଦଘାଟନ କରି ଆନନ୍ଦ ଲାଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଭାବବିହ୍ଵଳିତ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପଚାରିଥଲେ ମୁଁ ଖୁସି, ଆପଣମାନେ ବି ଖୁସି ତ? ଏହି ଧାଡିକ ଶବ୍ଦ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚ ଲାଇନ ହୋଇ ସାରିଛି। ଲୋକପ୍ରିୟତା ମଧ୍ୟ ହାସଲ କରିଛି।ଆଉ ଏହି ଧାଡ଼ିଏ ଶବ୍ଦ ଏବେ ସଂଗୀତ ଜଗତରେ ପ୍ରବେଶ କରି ଲୋକପ୍ରିୟ ହୋଇପାରିଛି।… ପୁରୀର ରାପର ସମୀର ମହାନ୍ତି ଓରଫ ବିଗ ଡିଲ ଖୁସି ତ ନାମକ ଏକ ରାପକୁ ରିଲିଜ କରିଛନ୍ତି।

khusi 2

ଦିନକୁ ଦିନ ଆମେ ଆଗକୁ ବଢି ଚାଲିଛୁ… ଯାହା ଭାବୁଛୁ ତାକୁ ବାସ୍ତବତାରେ ପରିଣତ କରିପାରିଛୁ… ଏହା କୌଣସି ଯାତ୍ରାର ସଂଳାପ ନୁହେଁ। ନିକଟରେ ରାପର ସମୀର ମହାନ୍ତିଙ୍କ ରିଲିଜ ‘ଖୁସି ତ’ର ଏ ହେଉଛି କିଛି ଧାଡ଼ି… ୪ମିନିଟ ୧୦ ସେକେଣ୍ଡରେ ଏହି ରାପରେ ରାଜ୍ୟର ପାରଦର୍ଶିତାକୁ ଦର୍ଶାଯାଇଛି। ଆଉ ପ୍ରଶ୍ନ ରହିଛି, ଏବେ ଆପଣ ଖୁସି ତ।….. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ଉଦଘାଟନରେ ବ୍ୟବହାର କରିଥିବା ଏହି ଶବ୍ଦ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା। ଆଉ ଏହି ରାପ୍ରେ ରାପର ଓ଼ଡିଶାକୁ ଦେଖି, ଓଡ଼ିଆଙ୍କୁ ଦେଖି ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି।

ଓଡ଼ିଶାର ଔତିହ୍ୟ, ସଂସ୍କୃତି ଓ ପରମ୍ପରା ଅତ୍ୟନ୍ତ ସମୃଦ୍ଧ। ୧୯୯୯ ମହାବାତ୍ୟାରୁ ସାମନା କରିଛୁ । ଆଉ ଏବେ କେରଳର ଦୁର୍ଦ୍ଦିନରେ ତାକୁ ସହାୟତା ବି କରିଛୁ। ସ୍ମାର୍ଟ ସିଟି ପାଲଟଛି ଭୁବନେଶ୍ୱର। କିନ୍ତୁ ଗାଁ ଗହଳି ବି ଆଜିକାଲି ସହର ଠାରୁ କମ ନୁହେଁ। ଏସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ଆନ୍ତରିକତା ପାଇଁ। ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ଆମେ ଆଗେଇଛୁ। କଳାହାଣ୍ଡି ଆଜି ପାଲଟିଛି ଭାତହାଣ୍ଡି। ସମସ୍ତଙ୍କୁ ତିନିଥର ଖାଇବା ଯୋଗାଇ ଦେବା ଲକ୍ଷ୍ୟରେ ଆହାର ଯୋଜନା ଓ ଟଙ୍କିକିଆ ଚାଉଳ। ରାଜ୍ୟ ସୋର୍ଟ୍ସ ହବ ପାଲଟିଛି। ଏସବୁ ସ୍ୱପ୍ନ ନୁହେଁ, ବାସ୍ତବତା।… ଏଭଳି ସଫଳତା ପାଇ ଆମେ ଖୁସି ତ… ହଁ, ଏ ରାଜ୍ୟ ବାସିନ୍ଦା ଭାବେ, ଓଡ଼ିଆ ଭାବେ ମୁଁ ବହୁତ ଖୁସି..