ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କାର ଜରିମାନା

କଟକ(କେନ୍ଯୁଜ୍): ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା। ଆସାମୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ।
୧୬ଟି ପ୍ରମାଣ ତଥ୍ୟ ଓ ୧୬ ଜଣ ସାକ୍ଷୀଙ୍କ ବୟାନକୁ ନେଇ ଏହି ଦଣ୍ଡାଦେଶ ଦିଆଯାଇଛି। ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ। କଟକ ଚୌଦ୍ୱାର ଅଞ୍ଚଳରେ ୨୦୧୫ ମସିହା ଜୁନ୍ ୨୭ରେ ଏହି ଘଟଣା ଘଟିଥିଲା। ଦୋଷୀ ସାବ୍ୟସ୍ତ ହେଲେ ଚାନା ଓରଫ ସୁରେନ୍ଦ୍ର ପିଙ୍ଗୁଆ।