ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ: ରାୟ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ

କନ୍ଧମାଳ(କେନ୍ୟୁଜ୍): ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ। ଏକ ଦୁଷ୍କର୍ମ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ। ଦୁଷ୍କର୍ମ ଅଭିଯୁକ୍ତ ପ୍ରସନ୍ନ କୁମାର ଦିଗଳକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ କରିଛନ୍ତି। ଅନାଦେୟ ଅଧିକ ଏକବର୍ଷ ଅଧିକ ଦଣ୍ଡ ଦଣ୍ଡ ଦେବା ସହ ପୀଡିତାକୁ ୬ଲକ୍ଷ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ଅଗଷ୍ଟ ମାସରେ ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ପରେ ତାକୁ ଦୁଷ୍କର୍ମ ଶିଶୁକନ୍ୟାର ମା ଦେଖି ପାଟି କରିଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ତାକୁ ନିସ୍ତୁକ ମାଡ଼ ମାରି ଥାନା ଜିମା ଦେଇଥିଲେ। ମାମଲାର ଶୁଣାଣି କରି ୧୨ଜଣ ସାକ୍ଷୀ ଓ ଡାକ୍ତରୀ ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଦଣ୍ଡ ଶୁଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.