ଦୁଷ୍କର୍ମ ଅଭିଯୋଗ, କେଉଁଠି ପୋଲିସ୍ ତଦନ୍ତ କରୁଛି ତ କେଉଁଠି ଅବହେଳା କଥା ଉଠୁଛି

ଢେଙ୍କାନାଳ (କେନ୍ୟୁଜ୍) : ଜଣେ ୬୫ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ହେଉଛନ୍ତି ଏହି ବୃଦ୍ଧା । ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ପୋଖରୀ ପାଖରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଢେଙ୍କାନାଳ ଟାଉନ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ କରିଛି। ପୀଡ଼ିତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ସନ୍ଦେହରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ମାହାଙ୍ଗା : ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଗତ ୨୧ ତାରିଖ ଦିନ ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଥିଲା । ହେଲେ ପୋଲିସ୍‌ ଠିକ୍‌ ଭାବେ ତଦନ୍ତ କରୁନାହିଁ ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ନାବାଳିକାର ବଡ଼ ଭଉଣୀଓ ନାବାଳିକା କହିଛନ୍ତି କି ନ୍ଯାୟ ନପାଇଲେ ମାହାଙ୍ଗା ଥାନା ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି l

ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ଅଞ୍ଚଳରେ ଏହି ଘଟଣା ଘଟିଛି । ଘରେ କେହି ନଥିବା ବେଳେ ଏହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଅନେକଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯଦି କାହାରିକୁ କହିବୁ ତତେ ମାରିଦେବି ବୋଲି ସେମାନେ ଧମକ ଦେଇଥିଲେ l ଆହୁରି ମଧ୍ୟ ନାବାଳିକାର ବଡ଼ ଭଉଣୀଙ୍କୁ ବି ଦୁଷ୍କର୍ମ କରାଯାଇଥିବା ଅନ୍ୟ ଏକ ଅଭିଯୋଗ ଥାନାରେ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.