ଯାଜପୁରରେ ଲଜ୍ଜା : ୯ ବର୍ଷର ନାବାଳିକାକୁ ଚକଲେଟ ଦେବା ବାହାନାରେ ଡାକିନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ଯାଜପୁର/ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ ଚତୁର୍ଥ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ । ଉକ୍ତ ଅଞ୍ଚଳର ଦାମୋଦର ଦାସ (୫୨) ଗତକାଲି ସନ୍ଧ୍ୟାରେ ନିଜ ପଡୋଶୀ ଘର ୯ ବର୍ଷର ନାବାଳିକାକୁ ଚକଲେଟ ଦେବା ବାହାନାରେ ଡାକିନେଇ ଦୁଷ୍କର୍ମ କରିଥିଲା । ନାବାଳିକା ଏସମ୍ପର୍କରେ ନିଜ ପରିବାର ଲୋକଙ୍କୁ କହିବା ପରେ ପିଲାଟିର ପିତା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରିଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଆଜି ତାର ଡାକ୍ତରୀ ମାଇନା କରାଯାଇଥିବା ବେଳେ ପୀଡ଼ିତାର ୧୬୪ ବୟାନ ରେକର୍ଡ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।