ନବରଙ୍ଗପୁରରେ ଲଜ୍ଜା: ଚାଷ କାମ ସାରି ଘରକୁ ଫେରିବା ବାଟରେ ମା’କୁ ଆକ୍ରମଣ କରି ନାବାଳିକା ଝିଅ ସହ ଦୁଷ୍କର୍ମ !

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁରରେ ଲଜ୍ଜା । ମା’କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ଚାଷ କାମ ସାରି ଉଭୟ ମା’ ଏବଂ ଝିଅ ଘରକୁ ଫେରୁଥିବା ବେଳେ ମା’କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମାଆକୁ ପ୍ରଥମେ ତେନ୍ତୁଳିଖୁଣ୍ଟି ପରେ କୋରାପୁଟ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ତୁଲାରାମକୁ ପୂଜାରୀଗୁଡ଼ା ଗାଁରୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.