ଯାଜପୁର: ଏଭଳି ଏଣ୍ଡୁଅ କେବେ ଦେଖିନଥିବେ, ଚାହୁଁ ଚାହୁଁ ରଙ୍ଗ ବଦଳାଇଦିଏ ଏହି ବିରଳ ପ୍ରଜାତିର ବୋହୁରୂପୀ

ଯାଜପୁର ଟାଉନ(କେନ୍ୟୁଜ୍): ଅନେକ ଏଣ୍ଡୁଅ ତ ଆପଣମାନେ ପରିବେଶ ସହ ନିଜର ରଙ୍ଗ ବଦଳାଉଥିବାର ଦେଖିଥିବେ କିନ୍ତୁ  ଯାଜପୁରର ଏକ ଏଭଳି ଏଶ୍ଡୁଅ ଉଦ୍ଧାର କରାଯାଇଛି ଯିଏ ଚାହୁଁ ଚାହୁଁ  ନିଜ ରଙ୍ଗ ବଦଳାଇଦେଉଛି। ଯାଜପୁର ଜିଲ୍ଲା ଗୋବିନ୍ଦପୁର ଗାଁର କିଛି ଲୋକ ବୁଢ଼ା ନଦୀକୁ ଯାଇଥିବା ବେଳେ ନଦୀବନ୍ଧ ପାଖରେ ବୁଲୁଥିବାର ଦେଖିଥିଲେ ଏବଂ ଅନ୍ୟ ଏଣ୍ଡୁଅ ଠାରୁ ଭିନ୍ନ ଦେଖାହେଉଥିବା କାରଣରୁ ତାହା ଉପରେ ନଜର ରଖିଥିଲେ ।

କିଛିସମୟ ପରେ ନିଜର ରଙ୍ଗ ବଦଳାଇବାରୁ ଗ୍ରାମବାସୀ ଏଣ୍ଡୁଅଟିକୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ । ସେଠାରେ ପକାରେ ଛାଡିବାରୁ କଳା ରଙ୍ଗ ଓ ଗଛରେ ଛାଡିବାରୁ ସବୁଜ ରଙ୍ଗ ଧାରଣ କରିଥିଲା। ତେବେ ଗ୍ରାମବାସୀ ଉଦ୍ଧାର କରିଥିବା ଏଣ୍ଡୁଅଟିକୁ ବନ ବିଭାଗକୁ ହସ୍ତାନ୍ତର ପାଇଁ ଯୋଗାଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.