ବିରଳ ପ୍ରଜାତିର ଡଲଫିନ ଛୁଆ ଉଦ୍ଧାର, ଓଜନ ପାଖାପାଖି ଶହେ କିଲୋ

ପାରାଦୀପ : ବିରଳ ପ୍ରଜାତିର ଡଲଫିନ ଛୁଆ ଉଦ୍ଧାର । ପାରାଦୀପ ଲାଇଟ ହାଉସ ନିକଟ ବଙ୍ଗୋପସାଗର କୂଳରୁ ଏକ ଡଲଫିନ ଛୁଆ ଉଦ୍ଧାର କରାଯାଇଛି। ଜାଲରେ ଡଲଫିନର ମୁହଁ ଗୁଡାଇ ହୋଇ ରହିଥିବା ବେଳେ ସମୁଦ୍ର ବାଲିରେ ପଡି ଛଟପଟ ହେଉଥିବା କିଛି ଲୋକ ଏହାକୁ ଦେଖିଥିଲେ। ସେମାନେ ଡଲପିନକୁ ଟାଣି ନେଇ ସମୁଦ୍ରରେ ଛାଡ଼ିବା ସହ ମୁହଁରୁ ଜାଲ କାଢି ଦେଇଛନ୍ତି । ସମୁଦ୍ରରେ ଖେଳୁଥିବା ବେଳେ ଡଲଫିନ ମୁହଁରେ ଜାଲ ଫସିଯିବାରୁ ଢେଉ ମାଡରେ ସମୁଦ୍ରକୂଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଡଲଫିନର ଓଜନ ପାଖାପାଖି ଶହେ କିଲୋରୁ ଉର୍ଦ୍ଧ୍ବ ହେବ। ଡଲଫିନ ମୁହଁ ଲମ୍ୱା ରହିଛି। କିଛି ମତ୍ସ୍ୟଜୀବୀ ସରକାରଙ୍କ ନିୟମକୁ ଖାତିରି ନ କରି ଫାଶୀ ଜାଲ ବ୍ୟବହାର କରୁଥିବାରୁ ଏହି ଜାଲ ଗୁଡ଼ିକ ଡଲଫିନ ଓ ଅଲିଭ ରିଡଲେ କଇଁଛମାନଙ୍କ ପାଇଁ ବିପଦ ପାଲଟିଛି।