ଆଉ କିଛି ସମୟ ପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ, ସରିଛି ସମସ୍ତ ପ୍ରସ୍ତୁତି

ପୁରୀ(କେନ୍ୟୁଜ୍):  ଆଉ କିଛି ସମୟ ପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିପାରିବେ ଭକ୍ତ । ମସ୍ତକଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀବିଗ୍ରହ । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ, ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ହଜାରେ ପଦ୍ମଫୁଲ ଦେଇଛନ୍ତି ଭୁବନେଶ୍ୱରର ଜଣେ ଭକ୍ତ ଚିନ୍ତାମଣି ଦାଶ । ସେ ନିଜ ପତ୍ନୀଙ୍କ ସହ ପ୍ରାୟ ହଜାରରୁ ଅଧିକ ପଦ୍ମଫୁଲ ସଂଗ୍ରହ କରି ମହାପ୍ରଭୁଙ୍କୁ ଦାନ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠର ୪ଟି ପୋଖରୀରୁ ସେସବୁ ଫୁଲ ସଂଗ୍ରହ କରିଛନ୍ତି ଚିନ୍ତାମଣି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କୁ ସୋଲରେ ନିର୍ମିତ ପଦ୍ମଫୁଲ ଲାଗି ହୋଇ ଆସୁଛି । ସିଂହାରୀ ସେବାୟତଙ୍କ ସହାୟତାରେ ଭକ୍ତଙ୍କ ଦ୍ୱାରା ସଂଗୃହୀତ ଏହି ଫୁଲକୁ ମଧ୍ୟ ଲାଗି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.