ଛଅ ଗୋଡ଼ିଆ ଷଣ୍ଢକୁ ଝୁରୁଛି ସାରା ଗାଁ, ମଣିଷ ପରି ଶେଷଯାତ୍ରାରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ସାମିଲ୍ ହେଲେ ଗ୍ରାମବାସୀ

ମର୍ଶାଘାଇ: ମଣିଷ ନହେଲେ ମଧ୍ୟ ଏକ ପଶୁକୁ ସ୍ନେହ, ଆଦର, ଭଲପାଇବା, ଆଉ ଦୟା ପ୍ରଦର୍ଶନ କରିବା ପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକର ବାହାକଣ୍ଡିଆ ଗାଁରେ । ଏହି ଅଞ୍ଚଳର ଏକ ବୁଲା ଷଣ୍ଢର ମୃତ୍ୟୁ ଘଟିବା, ଏହି ଗାଁର ଲୋକ ମାନଙ୍କୁ ଦାରୁଣ ଆଘାତ ଦେଇଛି । ଷଣ୍ଢଟିର ମୃତ୍ୟୁ ପରେ ମଣିଷ ପରି ତାର ଶବାଧାରରେ ଫୁଲମାଳ ସଜେଇ , ଲାଲ ଅଭିର ପକାଇ, ଧଳା ଚାଦର ଘୋଡେ଼ଇ ଦେଇଥିଲେ ଗାଁର ମହିଳା ମାନେ ।

bullଗ୍ରାମବାସୀମାନେ ହରିବୋଲ ହୁଳହୁଳି ଓ ନାମ ସଂକିର୍ତ୍ତନ କରି ମୃତ ବିଶାଳକାୟ ଷଣ୍ଢଟିକୁ ଟ୍ରାକ୍ଟର ଯୋଗେ ମଶାଣିକୁ ଶୋଭାଯାତ୍ରାରେ ନେଇଥିଲେ । ଶ୍ମଶାନରେ ଷଣ୍ଢକୁ ସମାଧି ଦିଆଯାଇଥିଲା । ମୃତ ଦିନଠାରୁ ୨୧ ଦିନ ପରେ ଷଣ୍ଡର ସମାଧି ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ  ଏଥିପାଇଁ ଆଖପାଖ ଗାଁ ଲୋକମାନଙ୍କୁ ଭୋଜିଭାତ ଦିଆଯିବ ବୋଲି ଗାଁ କମିଟି ନିଷ୍ପତ୍ତି ନେଇଛି ।

ସୂଚନା ଥାଉକି, ଦୀର୍ଘଦିନ ଧରି ଷଣ୍ଢଟି ଏହି ଅଞ୍ଚଳରେ ରହି ଆସୁଥିଲା । ୩ ମାସ ତଳେ ଷଣ୍ଢଟିର ଦେହ ଅସୁସ୍ଥ ହୋଇପଡିଥିଲା । ଗାଁର ମହିଳା ମାନେ ଅସୁସ୍ଥ ଷଣ୍ଢଟିର ସେବା  କରୁଥିଲେ । ଖାଇବା ପିଇବାକୁ ଦେବା ସହିତ ଔଷଧ ମଧ୍ୟ ଦେଇ ଆସୁଥିଲେ । ହେଲେ ଗତକାଲି ଷଣ୍ଢଟିର ମୃତ୍ୟୁ ଘଟିଥିଲା ।

କେନ୍ଦ୍ରାପଡା ମର୍ଶାଘାଇରୁ ସରୋଜ ପରିଡାଙ୍କ ରିପୋର୍ଟ, କେନ୍ଯଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.