ଶିମିଳିପାଳ ଜଙ୍ଗଲରେ ଭୀଷଣ ନିଆଁ ଦାଉରୁ ବର୍ତ୍ତି ପାରୁନାହାନ୍ତି ଜୀବ, ଆଜି ଏକ ଅସୁସ୍ଥ ଉଡ଼ନ୍ତା ଗୁଣ୍ଡୁଚୀମୂଷା ହୋଇଛି ଉଦ୍ଧାର
କରଞ୍ଜିଆ (କେନ୍ୟୁଜ୍): ଶିମିଳିପାଳ ଜଙ୍ଗଲରେ ଲାଗିଛି ନିଆଁ । ଭିଷଣ ଜୋରରେ ଜଙ୍ଗଲରେ ନିଆ ବ୍ୟାପି ଯାଉଛି। ଯାହା ଫଳରେ ଜଙ୍ଗଲୀ ଜନ୍ତୁ ଏବେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ଆଜି ଏକ ଏମିତି ବିରଳ ଗୁଣ୍ଡୁଚୀ ମୂଷାକୁ ଅଭୟାରଣ୍ୟରୁ ଉଦ୍ଧାର କରାଯାଇଛି ଯିଏ ଉଡିପାରୁଛି।
ଶିମିଳିପାଳ ଅଭୟାରଣ୍ୟରୁ ଅସୁସ୍ଥ ଅବସ୍ଥାରେ ଏହି ବିରଳ ଉଡ଼ନ୍ତା ଗୁଣ୍ଡୁଚିମୂଷାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଯଶୀପୁର ଇକୋ ଟୁରିଯିମ ରେଞ୍ଜ କାର୍ଯ୍ୟାଳୟରେ ତାକୁ ରଖାଯାଇଛି। କିଛି ଦିନ ହେବ ତାର ଚିକିତ୍ସା ଜାରି ରହିବ। ଦୁଧିଆଣୀ ରେଞ୍ଜ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଉଡାନ୍ତା ଗୁଶ୍ଡୁଚୀମୂଷାଟି ସମ୍ପୁର୍ଣ୍ଣ ସୁସ୍ଥ ହେଲାପରେ ତାକୁ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ଇକୋ ଟୁରିଜିମ୍ ରେଞ୍ଜ ଅଧିକାରୀ କହିଛନ୍ତି ।