ଭୁବନେଶ୍ବ (କେନ୍ୟୁଜ୍) ଲିଙ୍ଗରାଜ ମନ୍ଦିର ନିକଟ ମାନବ ଉତ୍ଥାନ ସେବା ସମିତି ଆଶ୍ରମରେ ବିରଳ କଇଁଛ । କିଛି ଦିନ ତଳେ ଦୁଇଟି ବିରଳ କଇଁଛ କୌଣସି କାରଣରୁ ଆଶ୍ରମ ଭିତରକୁ ପଶି ଆସିଥିଲେ । ଆଶ୍ରମ ଅନ୍ତେବାସୀ ଏହି ଦୁଇ କଇଁଛଙ୍କୁ ସୁରକ୍ଷିତ ଉଦ୍ଧାର କରି ଯତ୍ନର ସହ ରଖିଛନ୍ତି । ତେବେ ସେମାନେ ବନ ବିଭାଗକୁ କଇଁଛ ଦୁଇଟିକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି । ତେଣୁ ସେମାନେ ଏ ନେଇ ବନ ବିଭାଗକୁ ଅନୁରୋଧ କରିଛନ୍ତି କଇଁଛ ଦୁଇଟିକୁ ଆଶ୍ରମରୁ ନେଇଯିବା ପାଇଁ । ଏହାକୁ ଯଥାଶୀଘ୍ର ନେଇ ଯିବାକୁ ବନ ବିଭାଗ ଆଶ୍ରମ ସହ ଯୋଗାଯୋଗ କରିବାକୁ ଅନୁରୋଧ ।
ଏହି ଫୋନ୍ ନମ୍ବର 8881845295ରେ ଯୋଗାଯୋଗ କରିବାକୁ ଆଶ୍ରମ ତରଫରୁ କୁହାଯାଇଛି ।