ଯାଜପୁର: ୪୦ କିଲୋ ଓଜନର ବିରଳ କଇଁଛ ଉଦ୍ଧାର କଲା ମଙ୍ଗଳପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ବାସଭବନରୁ ପାଖାପାଖି ୪୦ କିଲୋ ଗ୍ରାମରୁ ଅଧିକ ଓଜନର ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି।  ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ଏବଂ ମଙ୍ଗଳପୁର ପୁଲିସର ମିଳିତ ଉଦ୍ୟମରେ ଏହାକୁ ଉଦ୍ଧର କରାଯାଇଛି।ଉଦ୍ଧାର ପରେ କଇଁଛକୁ  ଜିଲ୍ଲା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ସୂଚନାମୁତାବକ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଗୋପକୂଳ ଗ୍ରାମର ବେଣୁଧର ଜେନା ବୈତରଣୀ ନଦୀର ଡୋଭାବିଲ ନିକଟରେରେ ମାଛ ଧରିବା ପାଇଁ ବନିସ୍ ପକାଇଥିବା ବେଳେ ଏହି କଇଁଛକୁ ପାଇଥିଲେ । କଇଁଛଟିକୁ ଧରି ଘରକୁ ନେଇଯାଇଥିବା କିଛି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ମଙ୍ଗଳପୁର ପୋଲିସକୁ ଖବର ଦେଇଥିଲେ । ଥାନାଧିକାରିଣୀ ରୀନାରାଣୀ ସାହୁ ସଦଳବଳେ ଗୋପକୂଳ ଗ୍ରାମରେ ପହଞ୍ଚି ବେଣୁଧର ଜେନାଙ୍କ ଠାରୁ ଉକ୍ତ ବିରଳ ପ୍ରଜାତିର କଇଁଛଟି ଉଦ୍ଧାର କରି ଜିଲ୍ଲା ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଏହି ବିରଳ ପ୍ରଜାତିର କଇଁଛଟି ଭାରତୀୟ ଜଙ୍ଗଲି ପ୍ରଜାତିର କଇଁଛ ହୋଇଥିବାରୁ ସ୍ନେକ ହେଲ୍ପ ଲାଇନ  ତଥା ନନ୍ଦନ କାନନ ସଦସ୍ୟ ପ୍ରମୋଦଙ୍କ ଖବର ଦେଇଥିଲେ । ଏହି କଇଁଛଟିକୁ ନନ୍ଦନକାନନରେ ରଖାଯିବାକୁ ଇଛାପ୍ରକଟ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.