ସୁନାପୁର ବେଳାଭୂମିରେ ବିରଳ ସାର୍କ ମାଛ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମିରେ ବିରଳ ସାର୍କ ମାଛ ଦେଖିବାକୁ ମିଳିଛି  l ମାଛଟି ସାତ ରୁ ଆଠ ଫୁଟ ଥିବା ଅନୁମାନ କରାଯାଉଛି l ମାଛଟି ଆହତ ଅବସ୍ଥାରେ ଥିବା ଯୋଗୁଁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିବା ଧୀବର ଜାଲରେ ଲାଗିଯାଇଥିବା ଅନୁମାନ କରାଯାଉଛି l ବିରଳ ଏହି ସାର୍କ ମାଛ ସମୁଦ୍ର ଭିତରେ ରହିଥାଏ l ତେବେ ବନ ବିଭାଗ ସାର୍କ ମାଛକୁ ଉଦ୍ଧାର କରିବା ପାଇଁ ପହଞ୍ଚିଛି l ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଧୀବରମାନେ ମଧ୍ୟ ଏହାକୁ ଯତ୍ନ ନେବା ପାଇଁ ଉଦ୍ୟମ ରଖିଛି l

You might also like