ରାଜ୍ୟ

କ୍ଷୀର ଦରବୃଦ୍ଧି ଯୋଗୁଁ ମିଠା ବଜାର ଉପରେ ପ୍ରଭାବ: ବଢିଲା ରସଗୋଲା, ଛେନାପୋଡ ଦାମ୍‌

ଓଡ଼ିଶାର ‘ରସଗୋଲା’ ହବ୍ କୁହାଯାଉଥିବା ପାହାଳ ବଜାରରେ ମିଠାର ଦର ବୃଦ୍ଧି ହୋଇଛି। କ୍ରମାଗତ ଭାବେ ସବୁ ଖାଉଟି ସାମଗ୍ରୀର ଦରଦାମ୍ ବଢ଼ୁଥିବା ବେଳେ ପାହାଳ ମିଠା ଏଥିରୁ ବର୍ତ୍ତିପାରିନି। କ୍ଷୀର ଦରବୃଦ୍ଧି ଯୋଗୁଁ ଛେନା ଦରରେ ବୃଦ୍ଧି ଘଟିଛି ଓ ଏହାର ପ୍ରତ୍ୟକ୍ଷ ପ୍ରଭାବ ମିଠା ବଜାର ଉପରେ ପଡ଼ିଛି। ଫଳରେ ପାହାଳ ରସଗୋଲା ବ୍ୟବସାୟୀ ସଂଘ ପକ୍ଷରୁ ମିଠାଦର ବୃଦ୍ଧି କରାଯାଇଛି।

ସୂଚନା ଅନୁସାରେ, ପାହାଳରେ ମିଠା ବ୍ୟବସାୟ କରୁଥିବା କିଛି ବ୍ୟବସାୟୀ ନିଜେ କ୍ଷୀରରୁ ଛେନା ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି ଛେନା କିଣି ମିଠା ତିଆରି କରନ୍ତି। ମିଠାର ଚାହିଦା ଅନୁସାରେ ବଜାରରେ ପର୍ଯ୍ୟାପ୍ତ ପରିମାଣର ଗାଈ କ୍ଷୀର ମିଳୁ ନଥିବାରୁ କିଛି ବ୍ୟବସାୟୀ ବାଧ୍ୟ ହୋଇ ଓମ୍ଫେଡ୍ କ୍ଷୀର କିଣି ଛେନା ପ୍ରସ୍ତୁତ କରନ୍ତି। ତେଣୁ କ୍ଷୀର ଦର ବୃଦ୍ଧି ହୋଇଥିବାରୁ ଛେନାର ମୂଲ୍ୟ ମଧ୍ୟ ଅନୁରୂପ ଭାବେ ବଢ଼ି ଯାଇଛି। ଛେନା ଦର କିଲୋ ପ୍ରତି ୧୦ଟଙ୍କା ବଢ଼ିଥିବା ଛେନା ବ୍ୟବସାୟୀଙ୍କ ପକ୍ଷରୁ ସୂଚନା ମିଳିଛି।

ତେଣୁ ଯେଉଁ ରସଗୋଲା ପୂର୍ବରୁ ୫ଟଙ୍କା ଥିଲା, ତାହା ୬ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୧୦ଟଙ୍କା ମିଠା ୧୨ଟଙ୍କା, ଛେନାଗଜା ଏକ କିଲୋ ୧୮୦ଟଙ୍କା ଏବଂ ଛେନାପୋଡ଼ କିଲୋ ପିଛା ୨୫୦ଟଙ୍କାରେ ବିକ୍ରି ହେବ ବୋଲି ସଂଘ ପକ୍ଷରୁ ଦର ଧାର୍ଯ୍ୟ କରାଯାଇଛି। ଏହି ଦର ଗତକାଲିଠାରୁ ଲାଗୁ କରାଯାଇଛି। ଅପରପକ୍ଷେ ଦରବୃଦ୍ଧି କରିବା ସହ ବ୍ୟବସାୟୀମାନେ ମିଠାର ଆକାର ଛୋଟ କରି ଦେଇଥିବା ଗ୍ରାହକଙ୍କ ମହଲରେ ଅଭିଯୋଗ ହୋଇଛି।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

5 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

13 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

30 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago