ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଖୁସିବ୍ୟକ୍ତି କଲେ ରଶ୍ମିରଂଜନ ମହାପାତ୍ରଙ୍କ ସଂପର୍କୀୟ

ଯାଜପୁର(କେନ୍ୟୁଜ୍):  କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ପରେ ଖୁସି ବ୍ୟକ୍ତ କରିଛନ୍ତି ରଶ୍ମିରଂଜନ ମହାପାତ୍ରଙ୍କ ସଂପର୍କୀୟ । କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଂଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରେ ହାଇଦରକୁ ଆଜୀବନ ଜେଲ ହୋଇଥିଲା । ଗତ ୨୦୦୭ ମସିହା ମେ ମାସ ୨୭ତାରିଖରେ ରଶ୍ମିରଂଜନଙ୍କୁ ଭୁବନେଶ୍ୱରରୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା । ସେ ସମୟରେ ହାଇଦର ଜେଲରେ ଥିବା ବେଳେ ତାର ଇସାରାରେ ଏକ ଗୋଷ୍ଠୀ ରଶ୍ମିରଂଜନଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ । ସେ ସମୟରେ ଝାଡଖଣ୍ଡରୁ ରଶ୍ମିରଂଜନଙ୍କ ପୋଡା ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ଭୁବନେଶ୍ୱର ସତ୍ୟନଗର ଥାନାରେ ଏତଲା ଦେଇଥିଲେ ରଶ୍ମିରଂଜନଙ୍କ ସଂପର୍କୀୟ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଖର ଗ୍ରାମର ଦିଲୀପ କୁମାର ବେହେରା ।

jajpur2

ପରେ ହାଇଦର ବିରୋଧରେ ଦିଲୀପ କୋର୍ଟରେ ସାକ୍ଷୀ ଦେଇଥିଲେ । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜୀବନ ଜେଲ ହୋଇଥିଲା । ତେବେ ହାଇଦରର ଏନକାଉଂଟରରେ ମୃତ୍ୟୁ ହେବା ପରେ ରଶ୍ମିରଂଜନଙ୍କ ସଂପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି । ବିଳମ୍ବରେ ହେଉ ପଛେ ତାଙ୍କୁ ନ୍ୟାୟ ମିଳିଥିବା କହିବା ସହ ରାଜ୍ୟ ପୋଲିସ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.