ତପସ୍ୱିନୀଙ୍କ ଟ୍ରାକ୍‌ରେ ରଶ୍ମିତା, ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଦେଇଛନ୍ତି ଧାରଣା

ବ୍ରହ୍ମପୁର(କେନ୍ୟୁଜ୍):ତପସ୍ୱିନୀଙ୍କ ଟ୍ରାକ୍‌ରେ ରଶ୍ମିତା । ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆମ୍ବପୁର ଗାଁର ରଶ୍ମିତା କୁମାରୀ ରାଉଳ ଧାରଣା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ୨୦୧୪ରେ ରଶ୍ମିତା ପୋଡାପଲ୍ଲୀ ଗାଁର ଜିତେନ୍ଦ୍ର ମୁନିଙ୍କୁ ବିବାହ କରିଥିଲେ । କିଛି ବର୍ଷ ପରେ ଯୌତୁକ ଦାବି କରିଥିଲେ ଶ୍ୱଶୁର ଘର ଲୋକ । ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା । ପରେ ପରିବାରରେ ମନମାଳିନ ଯୋଗୁ ଉଭୟ ସ୍ୱାମୀ, ସ୍ତ୍ରୀ ଭଡା ଘରେ ରହୁଥିଲେ । ଏବେ ରଶ୍ମିତାଙ୍କ ସ୍ୱାମୀଙ୍କୁ ଶ୍ୱଶୁର ଘର ଲୋକ ଅନ୍ୟତ୍ର ବାହା କରାଇବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ।

ଥାନାରେ ଅଭିଯୋଗ କଲେ ମଧ୍ୟ କେହି ଶୁଶୁନଥିବା କହିଛନ୍ତି ରଶ୍ମିତା । ସ୍ୱାମୀଙ୍କ ପକ୍ଷରୁ ଛାଡପତ୍ର ମାମଲା ଉପରେ ଏବେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ରଶ୍ମିତା ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ପୋଲିସ ସବଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ରଶ୍ମିତା ନ୍ୟାୟ ଦାବିରେ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.