ରାଜ୍ୟ

ନିରାଡ଼ମ୍ବରରେ ଶାବର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ବାହୁଡା ଯାତ୍ରା , ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଗଜପତି(କେନ୍ୟୁଜ): ଓଡିଶାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ଇତିହାସ ଯେତିକି ପୁରାତନ ସେତିକି ଗୁପ୍ତ । ବର୍ତ୍ତମାନ ଚାଲିଛି ରଥଯାତ୍ରା, ଆଉ ରଥଯତ୍ରା କହିଲେ କେବଳ ଆମେ ପୁରୀକୁ ବୁଝୁ । ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଶତ ଓ ଐତିହାସିକ, ପୌରାଣି ସମ୍ପର୍କ ମଧ୍ୟ ପୁରୀ ସହିତ ଜଡିତ ରହିଛି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜଗନ୍ନାଥ ସଂସ୍କୃତି ଓଡିଶାର କୋଣ ଅନୁକୋଣରେ ପରିବ୍ୟାପ୍ତ । ତେବେ ଆଜି ମଧ୍ୟ କିଛି ଅଞ୍ଚଳ ପ୍ରଚାର ପ୍ରସାର ଅଭାବରୁ ଲୋକ ଲୋଚନକୁ ଆସିପାରୁନି । ସେହି ପରି ଏକ ଜଗନ୍ନାଥ ସଂସ୍କୃତିର ସ୍ଥଳୀ ଗଜପତି ଜିଲ୍ଲାର ଶାବର ଶ୍ରୀକ୍ଷେତ୍ର ନାମନଗଡ । ଚଳିତ ବର୍ଷ ଏଠାରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି ।

ଆମେ କହୁଛୁ ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳର ଆଦିବାସୀ ଅଧ୍ୟୁଶିତ ଗୁମ୍ମା ବ୍ଲକର ନାମନଗଡ ଗ୍ରାମ । ଗଙ୍ଗବଶୀୟ ଶାସନ କରୁଥିବା ସମୟରେ ଏଠାରେ ମୁଠା ହେଡ୍ ତଥା ବିଷୋୟୀ ମାନେ ଏହି ଗଡର ରକ୍ଷା ସହ ଅଞ୍ଚଳର ରଜାର ଭୂମୀକା ବହନ କରୁଥିଲେ । ସମସ୍ତଙ୍କ ମନରହିଥିବା ଜଗନ୍ନାଥ ସଂସ୍କୃତିରେ କଳାପାହାଡ ଶ୍ରୀମନ୍ଦିର ଆକ୍ରମଣ କରିବା ସମୟରେ ସମଗ୍ର ରାଜ୍ୟରେ କୋକୁଭୟ ହୋଇଯାଇଥିଲା । ଜଗନ୍ନାଥ ସଂସ୍କୃତି ସହ ଜଡିତ ସବୁ ଅଞ୍ଚଳରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୁପ୍ତରେ ରଖିବା ପାଇଁ ଶାସକ ମାନେ ପ୍ରୟାସ କଲେ । ଏହି ପରିପେକ୍ଷୀରେ କାହାର ଓ କେଉଁଠୁ ଗୁପ୍ତରେ ନାମନଗଡରେ ଜଗନ୍ନାଥ ରହିଗଲେ ।

ତେବେ ଶହ ଶହ ବର୍ଷ ହେବ ନାମନଗଡରେ କେବଳ ଜଗନ୍ନାଥଙ୍କ ପୂଜା ଓ ଗୋଟିଏ ରଥ ନିର୍ମାଣ କରାଯାଇ ରଥଯାତ୍ରା ପାଳନ ହୋଇଥାଏ । ତେବେ ସବୁଠାରୁ ଖୁସିର କଥା ଏହା ତେବେ ରଜା ଶାସନ ସହ ମୁଠା ହେଡ୍ ଓ ବିଷୋୟୀ ମାନଙ୍କ ଶାସନ ନରହିଲେ ମଧ୍ୟ ନାମନଗଡର ବିଷୋୟୀ ପରିବାର ନିଜସ୍ୱ ଖର୍ଚ୍ଚରେ ରଥଯାତ୍ରା କରାଇଆସୁଛନ୍ତି । ସବୁ ବର୍ଷ ଏଠାରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯାତ୍ରାକୁ ଆସୁଥିଲା ଶତ କିନ୍ତୁ ଚଳିତ ବର୍ଷ ନିଜେ ଗଜପତି ଜିଲ୍ଲାପାଳ ଯାଇ ମନ୍ଦିରର ବିକାଶ ସହ ରଥଯାତ୍ରା ପାଇଁ ଅଭାବ ଦେଖାଦେଇଥିବା କାଠ ପାଇଁ ପାରଳାଖେମୁଣ୍ଡି ରଥଯାତ୍ରା କମିଟି ସହାୟତାରେ କାଠ ଯୋଗାଇଥିଲେ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ପୋଲିସ ଓ ପ୍ରସାସନର ଏହି ସହାୟତାକୁ ଧନ୍ୟବାଦ ଜଣାଇଛନ୍ତି । ତେବେ କରୋନା ଯୋଁଗୁ ବନ୍ଦ ଥିବା ଏହି ଯାତ୍ରା ଚଳିତ ବର୍ଷ ପାଳନ ହେଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ରଥଯାତ୍ରାରେ ମଧ୍ୟ ଖ୍ରୀଷ୍ଟୀୟାନ ବହୁଳ ଅଞ୍ଚଳ ହୋଇଥିବାରୁ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟୀୟାନ ଭାଇ ଭଉଣୀ ମିଳିତ ଭାବେ ଯାତ୍ରାରେ ସାମିଲ ହୋଇଥିଲେ । ଏଠାରେ ମହିଳା ଓ ପୁରୁଷ ଉଭୟ ମିଳିତ ଭାବେ ରଥ ଟାଣିବା ପରମ୍ପରା ରହିଛି ଯାହା ମହିଳା ଓ ପୁରୁଷ ସମାନର ବାର୍ତ୍ତା ସହସହ ବର୍ଷ ପୂର୍ବରୁ ସମଗ୍ର ବିଶ୍ୱକୁ ଦେଇଆସୁଛି ।

 

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago