ମହାପ୍ରଭୁଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟକୁ ଅନୁମୋଦନ, ୧ଟା ୧୦ରେ ପହଣ୍ଡି, ୫ଟାରେ ରଥଟଣା

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ନୀତି ସବ କମିଟିରେ ମହାପ୍ରଭୁଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟକୁ ଅନୁମୋଦନ । ଆଗାମୀ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ନୀତିକାନ୍ତି ନୀତିନିର୍ଘଣ୍ଟରେ ମୋହର ବାଜିଛି । ଜୁଲାଇ ୬ ତାରିଖ ଦିନ ପଟି ଦିଅଁଙ୍କ ଠାରୁ ରଥ ଖଳାକୁ ଆଜ୍ଞା ମାଳ ବିଜେ କରାଯିବ  l ୭ ତାରିଖ ଭୋର ୨ଟାରୁ ଦ୍ୱାର ଫିଟା ଯିବା ପରେ ନେତ୍ର ଉତ୍ସବ ନୀତି ସଂପନ୍ନ ହେବ । ୭ ତାରିଖ ଦିନ ୧୧ଟାରେ ରଥ ପ୍ରତିଷ୍ଠା, ପରେ ଅପରାହଣ ଗୋଟାଏ ୧୦ରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୫ ଟାରେ ରଥଟଣା ଯିବା ପାଇଁ ନିଷ୍ପତ୍ତି ହୋଇଛି  l

୧୯୭୧ ମସିହା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ଅନୁଯାୟୀ ଚଳିତ ବର୍ଷ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିବା ଜଣାପଡିଛି  l ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ନୀତି ପଡୁଥିବା ହେତୁ ଆଜି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏପରି ନୀତି ନିର୍ଘଣ୍ଟ କରାଯାଇଛି  l ତେବେ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳି ର ପୁଣି ଚୂଡାନ୍ତ ଅନୁମୋଦନ କରାଯିବ ।

 

You might also like