ଆସିଲା ଆଜ୍ଞାମାଳ, ଆଜିଠୁ ନିର୍ମାଣ ହେବ ବିଶ୍ବନିୟନ୍ତାଙ୍କ ରଥ

ପୁରୀ : ଆସିଲା ଆଜ୍ଞାମାଳ, ଆଜିଠୁ ରଥ ନିର୍ମାଣ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଧି ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥ ନିର୍ମାଣ ନୀତି। ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜିଠୁ ନିର୍ମାଣ ହେବ ବିଶ୍ବନିୟନ୍ତାଙ୍କ ରଥ । ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା କରାଯାଇଛି। ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି ।
ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ୪୨ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ପ୍ରଥମେ ୨୧ଦିନିଆ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୁଦେବି, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚ ମହାଦେବ ନନ୍ଦା ଭଦ୍ରା ଚାପରେ କରିବେ ଜଳକ୍ରୀଡା ।
ଆହୁରି ପଢ଼ନ୍ତୁ : ସମ୍ପନ୍ନ ହେଲା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠା ପର୍ବ: ମେ ୩୧ରେ ଶିବ ବିବାହ