Below header

ରଥ କାମ ପାଇଁ ଚଳଚଞ୍ଚଳ ରଥଖଳା: ୪୨ରୁ ୨୪ ତୁମ୍ବ ବୋଳା ଶେଷ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ଆଜି ପଞ୍ଚମ ଦିନରେ କରତୀ ସେବକ ମାନେ ତିନିରଥ ଚାଳିକୁ ସମସ୍ତ ୪୨ ଗୋଟି ତୁମ୍ବଗଡ କଟିଙ୍ଗକରି ଯୋଗାଇଛନ୍ତି l ପୂର୍ବରୁ କରତୀ ସେବକ ମାନେ ୨୦ଟି ତୁମ୍ବ କଟିଙ୍ଗ କରି ତିନି ରଥ ଚାଳିକୁ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇଥିଲେ । ଆଜି ପଞ୍ଚମ ଦିନ ମଧ୍ୟାହ୍ନ ସୁଦ୍ଧା ଆଉ ୨୨ ଗୋଟି ଫାସୀ କାଠ ଗଡକୁ କଟିଙ୍ଗ କରି ତିନିରଥ ଚାଳି ମହାରଣା ସେବକ ମାନଙ୍କୁ ଭୋଇ ସେବକ ମାନଙ୍କ ଦ୍ଵାରା ଯୋଗାଇ ଦେଇଛନ୍ତି ।

ପୁରୀ (କେନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ଆଜି ପଞ୍ଚମ ଦିନରେ କରତୀ ସେବକ ମାନେ ତିନିରଥ ଚାଳିକୁ ସମସ୍ତ ୪୨ ଗୋଟି ତୁମ୍ବଗଡ କଟିଙ୍ଗକରି ଯୋଗାଇଛନ୍ତି । ପୂର୍ବରୁ କରତୀ ସେବକ ମାନେ ୨୦ଟି ତୁମ୍ବ କଟିଙ୍ଗ କରି ତିନି ରଥ ଚାଳିକୁ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇଥିଲେ । ଆଜି ପଞ୍ଚମ ଦିନ ମଧ୍ୟାହ୍ନ ସୁଦ୍ଧା ଆଉ ୨୨ ଗୋଟି ଫାସୀ କାଠ ଗଡକୁ କଟିଙ୍ଗ କରି ତିନିରଥ ଚାଳି ମହାରଣା ସେବକ ମାନଙ୍କୁ ଭୋଇ ସେବକ ମାନଙ୍କ ଦ୍ଵାରା ଯୋଗାଇ ଦେଇଛନ୍ତି ।

ତିନି ରଥର ମହାରଣା ସେବକମାନେ ମୋଟ ୨୪ ଗୋଟି ତୁମ୍ବର ଗୋଲେଇ ସହ ମଠା କାର୍ଯ୍ୟ ଶେଷ କରିଛନ୍ତି ।   ସେଥି ମଧ୍ୟରୁ ତାଳଦ୍ଵଜ ରଥର ୮ ଗୋଟି, ଦେବୀ ରଥର ୮ ଗୋଟି ଏବଂ ନନ୍ଦିଘୋଷ ରଥର ୮ ଗୋଟି ଏହିପରି ମୋଟ ୨୪ ଗୋଟି ତୁମ୍ବର ଗୋଲେଇ ସହ ମଠ କାର୍ଯ୍ୟ ତିନି ରଥ ମହାରଣା ସେବକଙ୍କ ଦ୍ଵାରା ଶେଷ ହୋଇଅଛି ।  ସେପଟେ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥ ପାଇଁ ଅରକଣ୍ଟା ନିର୍ମାଣ ସହ ପନ୍ଦାରି ବଳା ନିର୍ମାଣ ଜାରୀରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.