ଅଷ୍ଟ୍ରେଲିଆ : ଦରିଆପାରିରେ ରଥଯାତ୍ରା। ସୁଦୂର ରାଜଧାନୀ କାନବେରାରେ ମହା ଆଡମ୍ବରରେ ପାଳିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସେଠାରେ ରହୁଥିବା ଓଡ଼ିଆମାନେ ମିଳିମିଶି ରଥଯାତ୍ରାର ଆୟୋଜନ କରିଥିଲେ। ପ୍ରଥମେ ଶ୍ରୀଜିଉମାନଙ୍କୁ ପହଣ୍ଡି କରି ରଥାରୁଢ଼ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ରଥକୁ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଟାଣି ଟାଣି ଆଣିଥିଲେ ଭକ୍ତ।
ଗୋଟିଏ ରଥରେ ବିରାଜମାନ କରିଥିଲେ ତନି ଠାକୁର। କାନବେରାରେ ବସବାସ କରୁଥିବା ଓଡ଼ିଆଙ୍କ ସମେତ ସ୍ଥାନୀୟ ବାସିନ୍ଦା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଘଣ୍ଟ ଘଣ୍ଟା, ଶଙ୍ଖରେ ପ୍ରକମ୍ପିତ ହୋଇଥିଲା ପରିବେଶ। ସମସ୍ତେ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।