ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ , ଆଜି ରଥକାଠ ସଂଗ୍ରହର ଅନୁକୂଳ

ପୁରୀ(କେନ୍ୟୁଜ୍) : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି । ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରଥ ନିର୍ମାଣ ପାଇଁ ରଥକାଠ ସଂଗ୍ରହର ଆଜି ଅନୁକୂଳ ହେବ । ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍‌ ନୟାଗଡ଼ର ବଡ଼ ରାଉଳ ଠାକୁରାଣୀଙ୍କ ନିକଟକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳମାହାର୍ଦ୍ଦ ଧରି ସେମାନେ ଯାଇଛନ୍ତି । ବଡ଼ମାଳର ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥକାଠ ସଂଗ୍ରହର ଅନୁକୂଳ କରାଯିବ । ତିନି ରଥ ନିର୍ମାଣ ଲାଗି ୮୬୫ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତ ବର୍ଷ ଆସିଥିବା କାଠ ମଧ୍ୟରୁ ୧୯୫ଖଣ୍ଡ ବଳକା ରହିଛି। ଏବର୍ଷ ବାକି ୬୭୦ଖଣ୍ଡ କାଠ ଆସିବ।