ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ, ପରମ୍ପରା ଅନୁସାରେ କରାଯିବ ପୂଜାର୍ଚ୍ଚନା

ପୁରୀ(କେନ୍ଯୁଜ୍): ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠ ପୂଜାର୍ଚ୍ଚନା କରାଯିବ। ନୟାଗଡ଼ ବନଖଣ୍ଡରୁ ଆସିଥିବା କଠ ମଧ୍ୟରୁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁୁଖରେ ରଖାଯିବ। ଆଜି ସନ୍ଧ୍ୟାରେ ପୂଜା ପାଠ କରାଯିବ।

ପରମ୍ପରା ଅନୁସାରେ ରାଜପୁରୋହିତ ଓ ସ୍ରୋତୀୟ ବ୍ରାହ୍ଣଣଙ୍କ ଦ୍ୱାରା ମାଆ ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରଥଖଳାରେ ୩ଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ଣଣମାନେ ବନ୍ଦାପନା ସହ ପୂୂଜା କରିବେ। ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି। ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମୋଟ ୭୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.