ରାଜ୍ୟ

ବାଙ୍ଗାଲୁରୁର ଆଗ୍ରା ମନ୍ଦିରରେ ନିଆରା ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା

 ବାଙ୍ଗାଲୁରୁ: ଭଲ କଥା ଓଡିଶା ବାହାରେ ରହିଲୁ ବୋଲି କଣ ଓଡିଶାକୁ ଭୁଲିଯିବୁ । ଭୁଲିଯିବୁ ଆମ କାଳିଆ ସାଆନ୍ତକୁ । ଭିଟା ମାଟିରୁ ଯେତେ ଦୂରରେ ରହିଲେ ମଧ୍ୟ ଆମ ରକ୍ତ ପରା ଓଡ଼ିଆ । ଆମ ଭାବ ପରା ଓଡିଆ । ସେହି ପଖାଳ କଂସା ଆଉ ସେହି ଚକା ଆଖି ପରା ଆମ ପରିଚୟ | ଆମ ପ୍ରତିଟି ପ୍ରାଣରେ ସେହି ଓଡ଼ିଆଙ୍କ ପ୍ରିୟ ଠାକୁର ଜଗନ୍ନାଥ ବାସ କରନ୍ତି । ଓଡିଶା ବାହାରେ ରହିଲୁ ବୋଲି କଣ ସେସବୁ ଆମ ମନରୁ ଲିଭିଯିବ । ମନରୁ କଣ ହଟିଯିବେ ଆମ କାଳିଆ ସାଆନ୍ତ । ଭୁଲିଯିବୁ ଆମ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ । ଆମ ଶରୀର ସିନା ଏଠି ଅଛି ଆମ ପ୍ରାଣ ଅଛି ସେହି ଓଡିଶାରେ, ସେହି ମହାପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ। ସେ ସବୁକୁ ମନେ ପକାଇ ଓଡ଼ିଆ ସଂସ୍କୃତିକୁ ବଞ୍ଚାଇବାକୁ ଯାଇ ଭାରତର ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ପାଳିତ ହୋଇଆସୁଛି ରଥଯାତ୍ରା । ସେ ମଧ୍ୟରୁ ବେଙ୍ଗାଳୁରୁର ପ୍ରସିଦ୍ଧ ଆଗ୍ରା ଜଗନ୍ନାଥ ମନ୍ଦିର ଅନ୍ୟତମ ।

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଙ୍ଗାଳୁରୁର ସେହି ମନ୍ଦିରରେ ପାଳିତ ହୋଇଯାଇଛି ମହାପ୍ରଭୁଙ୍କ ରଥଯାତ୍ରା । ବିନା ରଥରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ପାଳନ କରାଯାଇଛି ରଥଯାତ୍ରା । ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଜନସାଧାରଣଙ୍କୁ ଦର୍ଶନ ଦେଲେ କାଳିଆ ସାଆନ୍ତ | ସତରେ ସେ ଦୃଶ୍ୟ ଥିଲା ଖୁବ ନିଆରା ଓ ଖୁବ ସ୍ୱତନ୍ତ୍ର । ଭାରତର ଟେକ୍ନିକାଲ କ୍ୟାପିଟାଲ ଭାବରେ ଜଣା ବାଙ୍ଗାଲୁରୁରେ ଡିଜିଟାଲ ପ୍ଲାଟଫର୍ମରେ ଦର୍ଶନ କଲେ ଭକ୍ତ । କେତେକାଂଶରେ ଶ୍ରଦ୍ଧାଳୁମାନେ ବାହାରେ ରହି ଦର୍ଶନ କରିଛନ୍ତି । ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୂରରୁ ହେଉ ପଛକେ ଭକ୍ତି ସହକାରେ କାଳିଆ ସାଆନ୍ତଙ୍କ ସାନିଧ୍ୟ ଟିକିଏ ତ ପାଇଲେ ଭକ୍ତ ଗଣ ।

 

KNews Bureau

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

10 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

11 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

55 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

58 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago