ହରିହରକ୍ଷେତ୍ର ମାହାଳରେ ପାଳିତ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ଵନିୟନ୍ତା ମହାପ୍ରଭୁଙ୍କର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସାରା ଦୁନିଆରେ ପାଳନ କରାଯାଉଛି। ଏମିତିରେ ଓଡ଼ିଶାର ହରିହରକ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭକରିଥିବା ମାହାଳ ଜଗନ୍ନାଥ ମନ୍ଦିର ମଧ୍ୟ ବାଦ ପଡ଼ିନାହିଁ । ଚଳିତ ବର୍ଷ ଏଠାରେ ମହା ଆଡମ୍ବରରେ ପାଳନ କରାଯାଇଛି ଚତୁର୍ଦ୍ଧା ମୁର୍ତ୍ତିଙ୍କର ନବଦିନାତ୍ମକ ଘୋଷ ଯାତ୍ରା।ଆସନ୍ତୁଜାଣିବା ଏହି ମନ୍ଦିର ସହ ଜଡ଼ିତ କିମ୍ବଦନ୍ତୀ ସମ୍ପର୍କରେ..

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରୁ ବ୍ଲକ ମାହାଳ ହରିହରକ୍ଷେତ୍ରରେ ଅବସ୍ଥାନ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହି କ୍ଷେତ୍ର ଗରଦପୁରୁ ବ୍ଲକ ଶେଷ ସୀମାରେ ଥିଲେ ମଧ୍ୟ ଏହା ମାର୍ଶାଘାଇ ବ୍ଲକ ଓ ଡେରାବିଶ ବ୍ଲକର ସିମାକୁ ସଞ୍ଜୋଗ କରୁଛି। ତେବେ ପ୍ରତିଦିନ ଏହିଠାରେ ହଜାର ହଜାର ଭକ୍ତ ଙ୍କ ର ସମାଗମ ହୋଇଥାଏ ଏହି କ୍ଷେତ୍ରରେ ବ୍ରତ ଉପନୟନ ଠୁ ଆରମ୍ବ କରି ବହୁ ଧାର୍ମିକ କାର୍ଯ୍ଯ ଅନୁଷ୍ଠିତ ହୋଇଥାଏ । ଶହଶହ ବର୍ଷ ପୁର୍ବରୁ ଏକ ବଟ ବୃକ୍ଷ ରହିଥିଲା। ପୂର୍ବଜ ମାନଙ୍କ କହିବା କଥା ଏହି ଠାରେ ଅନେକ ମାହାଳ ଗଛ ଥିବାରୁ ଏହାର ନାଁ ମାହାଳ ହୋଇଛି। ସେବେ ଠାରୁ ଏହି ଠାରେ ମହାପ୍ରଭୁଙ୍କ ବାହାନ ପକ୍ଷୀ ରାଜ ଗରୁଡ ଏହିଠାରେ ପୂଜା ପାଇ ଆସୁଥିଲେ।

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏକ ଅଲୌକିକ ଲିଳା ଏହି ଠାରେ ହେବ ବୋଲି ମହାପୁରୁଷ ଅଚ୍ଯୁତାନନ୍ଦ ଦାସ ମାଳିକା ରେ ଲେଖିଥିଲେ। ଏହାସହ ପୂର୍ଣ୍ଣତ୍ୱୟା ଚିତ୍ରତ୍ପଳା କୁଳରୁ ଏହା ଆରମ୍ଭ ହେବ ଯାହାକି ସାରା ବିଶ୍ଵରେ ବ୍ଯପିବ ବୋଲି ମାଳିକାରେ ବର୍ଣ୍ଣିତ ହୋଇଅଛି। କ୍ଷେତ୍ରାଧିପତି ମହାପ୍ରଭୁଙ୍କ ପ୍ରଥମ ଦାରୁ ଚିତ୍ରତ୍ପଳା ନଦୀକୁଳ ପୁନ୍ଦାଳ ଠାରୁ ହିଁ ମିଳିଥି ଲା।

ଚେତନା ର୍ନିଘଣ୍ଟରେ ମହାପୁରୁଷ ଏହା ବର୍ଣ୍ଣନା କରିଛନ୍ତି। ଆଶ୍ଚର୍ଯ୍ଯର କଥା ୧୯୯୬ ମସିହାରେ ନବକଳେବର ସମୟରେ ଏହି କ୍ଷେତ୍ରରେ ଦାରୁବ୍ରହ୍ମଙ୍କ ଛୋଟ ଛୋଟ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରାଗଲା। ଶ୍ରୀକ୍ଷେତ୍ର ନିୟମ ଅନୁସାରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ସ୍ଥାପନା ହେଲା। ୧୯୯୭ ମସିହାରେ ଓଡିଶା ଚାରଣ ଗୋଷ୍ଠୀ ତରଫରୁ ଏହି କ୍ଷେତ୍ରରେ ଏକ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏକ ମହାଯଜ୍ଞର ଆୟୋଜନ ମଧ୍ୟ କରାଯାଇଥିଲା। ଯଜ୍ଞର ପୂର୍ଣ୍ଣ ଆହୂତି ଦିବସରେ ଏହି ମନ୍ଦିର ର୍ନିମାଣ ପାଇଁ ଶିଳାନ୍ଯାସ କରାଗଲା।ଶ୍ରୀମନ୍ଦିର ପରି ଅବିକଳ ମନ୍ଦିର ଏହିଠାରେ ର୍ନିମାଣ କରାଗଲା । ସେବେଠାରୁ ଏହି ଠାରେ ଏହି ମନ୍ଦିରରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଉଛନ୍ତି।ଏହି କ୍ଷେତ୍ରରେ କାହିଁ କେଉଁ କାଳରୁ ରହି ଆସିଥିବା ବଟ ବୃକ୍ଷ କଲ୍ପ ବଟ ନାମରେ ପୁଜା ପାଉଛନ୍ତି।ସେବେଠାରୁ ପୁରି ଶ୍ରୀମନ୍ଦିର ନିତି କାନ୍ତି ଅନୁସାରେ ଏଠି ନିତି କାନ୍ତି ଠାରୁ ଆରମ୍ଭ କରି ନେତ ବନ୍ଧା ହୋଇଥାଏ ଏବଂ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ୨୦୧୫ ମସିହାରେ ଏହି ଚତୁର୍ଦ୍ଧା ମୂର୍ତ୍ତି ମାନଙ୍କର ନବକଳେବର ହୋଇଥିଲା।

ତେବେ ଗତ ଦୁଇ ବର୍ଷ ହେଲା ମହାମାରୀ କୋଭିଡ ପାଇଁ ମନ୍ଦିର ଭିତର ବେଢାରେ ଛୋଟ ଛୋଟ ରଥ କରାଯାଇ ବିଧି ରକ୍ଷା କରାଯାଇଥିଲା। ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ମହା ଆଡମ୍ବରରେ ରଥଯାତ୍ରା ପାଳନ କରାଯାଇଛି।ତିନୋଟି ବଡବଡ ରଥ ଗଢା ହୋଇ ମହାପ୍ରଭୁଙ୍କୁ ବିଜେ କରାଯାଇଛି ।ରଥର ସମସ୍ତ କାଠ ନୁଆ କରି ଅଣାଯାଇ ଅକ୍ଷୟ ତୃତୀୟା ଦିନ ରଥକାଠ ପୂଜା କରାଯାଇ ଅନୁକୂଳ କରାଯାଇଥିଲା।ବିଭିନ୍ନ ଅଞ୍ଚଳରୁ ୫୦ ଜଣ ମହାରଣା ସେବକଙ୍କୁ ଡକାଯାଇ ଦିନରାତି ଏକ କରି ମହାରଣା କାରିଗର ମାନେ ରଥ କାର୍ଯ୍ଯ ସମ୍ପାଦନ କରିଥିଲେ। ଜୁଲାଇ ଏକ ତାରିଖ ଆଷାଢ଼ ଶୁଳ୍କ ପକ୍ଷ ଦିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ମାନଙ୍କୁ ଧାଡି ପହଣ୍ଡି କରାଯାଇ ରଥାରୂଢ କରାଗଲା। ବିଧି ଅନୁସାରେ ମହାପ୍ରଭୁଙ୍କ ଆଦ୍ୟଶେବକ ପାଲିଙ୍କି ରେ ଆସି ତିନି ରଥରେ ଛେରାପହଁରା କାର୍ଯ୍ଯ ସମ୍ପାଦନ କରିଥିଲେ।

ପ୍ରଥମେ ବଳଭଦ୍ରଙ୍କ ତାଳଧ୍‌ଜ ରଥ ଟଣା କାର୍ଯ୍ଯ ଆରମ୍ଭ ହୋଇଥିଲା।ପରେ ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥ କୁ ମହିଳା ମାନେ ଟାଣି ଟାଣି ନେଇ ଥିଲେ ଗୁଣ୍ଡିଚା ମନ୍ଦିର କୂ।ପଛରେ ଭକ୍ତ ମାନଙ୍କ ଗହଳିରେ ନନ୍ଦିଘୋଷ ରଥରେ ବସି କାଳିଆ ବାମନ ବେସରେ ଝୁଲି ଝୁଲି ମାଉସୀ ଘରେ ପୋଡ ପିଠା ଖାଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଥିଲେ ଜଗତର ନାଥ ଜଗନ୍ନାଥ।ଭକ୍ତ ଭଗବାନଙ୍କର ଏ ଯେଉଁ ଅପୁର୍ବ ମିଳନ ତହା ଅବର୍ଣ୍ଣନୀୟ।। କାହିଁ କେଉଁ କୋଣଅନୁକୋଣରୁ ଛୁଟି ଆସି ଥିଲେ ୫୦ ହଜାର ରୁ ଅଧିକ ଭକ୍ତ ଲୋକାରଣ୍ଯ ହୋଇପଡିଥିଲା ହରିହରକ୍ଷେତ୍ରର ବଡଦାଣ୍ଡ।ବ୍ଲକ ପ୍ରଶାସନ ପାଖରୁ ଆରମ୍ଭ କରି ପୋଲିସ ପ୍ରଶାସନ ଅଗ୍ନିଶମ ବାହିନୀ ପର୍ଯ୍ଯନ୍ତ ସମସ୍ତେ ଯେମିତି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ରାତିରେ ଗୁଣ୍ଡିଚା ମନ୍ଦିର ସମୁଖରେ ଭଜନ ସନ୍ଧ୍ୟ୍ରା ପରିବେଷଣ କରାଯାଇଥିଲା ।

ଏହି ନବଦିନାତ୍ମକ ରଥଯାତ୍ରା ସାରି ପୁଣି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୁର୍ତ୍ତି।ଭକ୍ତ ଭଗବାନଙ୍କ ଏହି ଅପୁର୍ବ ମିଳନକୁ ଅପେକ୍ଷା କରି ରହିବେ ନିଜେ ମହାପ୍ରଭୁ ଓ ତାଙ୍କ ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.