ରଥଯାତ୍ରା ପ୍ରସ୍ତୁତି : ଆଜି ତୃତୀୟ ସମନ୍ଵୟ କମିଟି ବୈଠକ

ପୁରୀ : ରଥଯାତ୍ରା ପାଇଁ ଆଜି ତୃତୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହେବ। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯିବ। ପୂର୍ବାହ୍ଣ ୧୧ଟା ୩୦ରେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହେବ ।

ବିଶେଷ କରି ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ରାସ୍ତାଘାଟ ମରାମତି, ଗମନାଗମନ ଓ ପରିବହନ, ବିଦ୍ୟୁତ୍ ଓ ଜଳ ଯୋଗାଣ, ଖାଦ୍ୟ ଯୋଗାଣ ଆଦି ପ୍ରସଙ୍ଗରେ  ଆଲୋଚନା କରାଯିବ। ଗତ ଦୁଇଟି ସମନ୍ଵୟ କମିଟି ବୈଠକରେ ଯାହା ସବୁ ନିଷ୍ପତ୍ତି ହୋଇଥିଲା ସେ ଗୁଡିକ କେତେଦୂର କାର୍ୟ୍ୟକାରୀ ହୋଇଛି, ସେ ସଂପର୍କରେ ମଧ୍ୟ ଆଲୋଚନା ହେବ। ବୈଠକରେ ବିଭିନ୍ନ ବିଭାଗର ସଚିବ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ, ସେବାୟତ ପ୍ରତିନିଧି, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେବେ ।

Leave A Reply

Your email address will not be published.