ସୂର୍ଯ୍ୟୋପରାଗ ନୀତିକୁ ମାନିଲେନି ହେତୁବାଦୀ : ପାକତ୍ଯାଗ ସମୟରେ ନିଜେ ଖାଇବା ସହ ଲୋକଙ୍କୁ ବାଣ୍ଟିଲେ ରନ୍ଧାଖାଦ୍ୟ

ବ୍ରହ୍ମପୁର (କେନ୍ୟୁଜ): ଗତକାଲି ଥିଲା ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ। ଏହି ସମୟରେ ବିଭିନ୍ନ ରାଶି ଉପରେ ତାର ପ୍ରଭାବ ପଡ଼ୁଥିବାର ବିଶ୍ୱାସ କରି ପୁରାଣ ଶାସ୍ତ୍ରରୁ ରହି ଆସିଥିବା ପରମ୍ପରା ଓ ବିଶ୍ୱାସକୁ ଆଧାର କରି ଏହି ସମୟରେ ପାକ ତ୍ଯାଗ, ପୂଜାର୍ଚ୍ଚନା ନିଷେଧ ପୂର୍ବକ କିଛି ନୀତିନୀୟମକୁ ମାନବ ସମାଜ ପାଳନ କରି ଆସୁଛି। ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାର କୌଣସି ଯୁକ୍ତିଯୁକ୍ତ ନାହିଁ , ଏହା ଏକ ଅନ୍ଧବିଶ୍ୱାସ ବୋଲି ବ୍ରହ୍ମପୁର ସହରର ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ କୁହାଯିବା ସହ ପାକ ତ୍ଯାଗ ବିରୋଧରେ ଜନସଚେତନତା ସୃଷ୍ଟି ପାଇଁ ଏମାନେ ସଂଗଠନ ପକ୍ଷରୁ ସାଧାରଣରେ ରନ୍ଧାଖାଦ୍ୟ ଲୋକଙ୍କୁ ବାଣ୍ଟିବା ସହ ନିଜେ ମଧ୍ଯ ଖାଇଥିଲେ।
ତେବେ ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି। ହେଲେ ଏହାକୁ ଅନ୍ଧ ବିଶ୍ବାସ ମାନୁଛନ୍ତି ହେତୁବାଦୀ। ଫଳରେ ପରାଗ ସମୟରେ ରନ୍ଧା ଖାଦ୍ୟ ଖାଇଛନ୍ତି ହେତୁବାଦୀ। ସେମାନଙ୍କ ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ବାସ। ଏହାକୁ ବଦଳାଇବା ଦରକାର। କାରଣ ସୂ୍ର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା। ଏହା ଦ୍ବାରା କୌଣସି କୁ ପ୍ରଭାବ ପଡ଼େ ନାହିଁ।