୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ଆସନ୍ତା ୧୪ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି । ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ଅନୁସଙ୍ଗିକ ସୁବିଧା ଯୋଗାଇ ଦେବ । ରତ୍ନଭଣ୍ଡାର ଖୋଲିବା ପାଇଁ Sop ପ୍ରସ୍ତୁତ ହେଇସାରିଛି, ସରକାର ଅନୁମତି ଦେଲେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ରତ୍ନଭଣ୍ଡlର ଖୋଲିବା କାର୍ଯ୍ୟ ସୁରୁଖୁରୁରେ ଚାଲିବ।
ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିସ କରାଯାଇଥିଲା । ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରସ୍ତାବ ଉପରେ ଗତକାଲି ମୋହର ମାରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏସଓପି ସହ ୧୪ରେ ଖୋଲିବାକୁ ପ୍ରସ୍ତାବ ଦେଇଥିଲା କମିଟି । ମଙ୍ଗଳବାର ରତ୍ନଭଣ୍ଡାର ଯାଞ୍ଚ କମିଟିର ହାଇ ଲେବୁଲ ବୈଠକ ବସିଥିଲା । ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ଗଣତି ମଣତି ପାଇଁ ଏସଓପି ପ୍ରସ୍ତାବ ଦେଇଥଲା ଯାଞ୍ଚ କମିଟି। ଏହା ଉପରେ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇଥିଲା । ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସହମତି ପ୍ରକାଶ ପାଇଥିଲା । ଏସଓପିରେ ଆବଶ୍ୟକ ସଂଶୋଧନ ସହ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି।