ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି, ଦିନକୁ ୫ ଘଣ୍ଟା ଧରି ଚାଲିବ କାମ
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ବଡ ସୂଚନା । ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇପାରେ ମରାମତି କାର୍ଯ୍ୟ । ଏନେଇ ନେଇ ASI ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି । ଦୁଇ ଦିନ ମଧ୍ୟରେ ବୈଠକ ବସିପାରେ । ମରାମତି କାର୍ଯ୍ୟ ପାଇଁ ପ୍ରତ୍ୟେକ ଦିନ ୫ ଘଣ୍ଟା ଆବଶ୍ୟକ ବୋଲି କୁହାଯାଇଛି । ପ୍ରଥମେ ବାହାର ପରେ ଭିତର ରତ୍ନଭଣ୍ଡାର କାମ କରିବୁ । କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ ବୋଲି ASI ଅଧୀକ୍ଷକ କହିଛନ୍ତି ।
ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲାଯାଇଥିଲା । ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହୋଇନାହିଁ । ପୂର୍ବରୁ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି କୁହାଯାଇଥିଲା ।