କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ
କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ତଥା ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ।
କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ତଥା ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ। ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା ରାଉତ କାର୍ତ୍ତିକେୟନ ଓ ଶିକ୍ଷାବିତ ଡକ୍ଟର ଅର୍ଚ୍ଚନା ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରେଭେନ୍ସା ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ, ସୁଜାତା ରାଉତ କାର୍ତ୍ତିକେୟନ ହେଉଛନ୍ତି ସର୍ବଗୁଣ ସମ୍ପର୍ଣ୍ଣା ମହିଳା।
ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ସେ ରେଭେନ୍ସା ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗ ମହିଳାମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା କ୍ଷେତ୍ରରେ ବହୁ ଉନ୍ନତି ଘଟିଛି ବୋଲି ଡକ୍ଟର ସାମନ୍ତ କହିଥିଲେ। ଏବେ ଓଡ଼ିଶାରେ ଯେତେସବୁ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି, ସେ ସବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କରୁଛନ୍ତି।
ତାଙ୍କ ପଛରେ ରହି ସୁଜାତା କାର୍ତ୍ତିକେୟନ ଏହାର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ବୋଲି ଡକ୍ଟର ସାମନ୍ତ କହିଥିଲେ। ରାଜ୍ୟରେ ମହିଳାଙ୍କ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟରେ ୮ ହଜାର ସ୍କୁଲକୁ ଫାଇଭ ଟି ରେ ସାମିଲ କରାଯାଇ ଥିବା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଥିଲେ। ଓଡିଶା ମହିଳା ଶିକ୍ଷାର ଅନ୍ତୁଡ଼ିଶାଳ ରେଭେନ୍ସା ବାଳିକା ବିଦ୍ୟାଳୟ, ଦେଶର ବାଳିକା ବିଦ୍ୟାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ଅନେକ ସଫଳ ମହିଳାଙ୍କୁ ସ୍କୁଲ ସୃଷ୍ଟି କରିଛି।