ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ରାଗିଂ ଘଟଣାର କାର୍ଯ୍ୟାନୁଷ୍ଠାନ, ୬ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର
କଟକ: ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୬ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ଏହା ସହିତ ସେମାନେ ଗୋଟିଏ ସେମିଷ୍ଟର ପରୀକ୍ଷା ମଧ୍ୟ ଦେଇପାରିବେ ନାହିଁ। ରେଭେନ୍ସାରେ ବସିଥିବା ଆଣ୍ଟି ରାଗିଂ କମିଟି ବୈଠକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରମାନେ କଲେଜ ମୁଖ୍ୟ ଫାଟକ ଓ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଆଗରେ ଘେରାଉ କରିବା ସହ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଦାବି କରିଥିଲେ। ଆଜି ଆଉ ଥରେ ଶୃଙ୍ଖଳା କମିଟି ସହ ଆଲୋଚନା କରାଯିବ। ସଂସ୍କୃତ ବିଭାଗର ପ୍ରଥମ ଶ୍ରେଣୀର ଛାତ୍ର ଜନ୍ମଦିନ ପାଳନ କରୁଥିବା ବେଳେ କୌଣସି କାରଣରୁ ସିନିୟର ଛାତ୍ରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପରେ ସିନିଅର ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା।