ରାୟଗଡା : ଉପଜିଲ୍ଲାପାଳଙ୍କ ମହାନତା । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଯନ୍ତ୍ରଣା ପାଉଥିଲେ ଦମ୍ପତି । ଏହା ଦେଖି ସହିପାରି ନଥିଲେ ଉପଜିଲ୍ଲାପାଳ । ତୁରନ୍ତ ଦୁଇଜଣ ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରି ମାନବିକତାର ପରିଚୟ ଦେଇଛନ୍ତି ଉପଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରା ।
ଆଜି ରାୟଗଡା ଉପଜିଲ୍ଲାପଳ କଲ୍ୟାଣି ସଂଘମିତ୍ରା ନିଜ ସରକାରୀ କାମରେ କୋଲନରା ଯାଉଥିଲେ । ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ବ୍ଳକର ଗଜେନ୍ଦ୍ର ଗରଡିଆ ଓ ରୁକ୍ମଣୀ ଗରଡିଆ ସ୍କୁଟର ଯୋଗେ ରାୟଗଡା ଆସୁଥିଲେ । ରାସ୍ତାରେ କୋତ୍ତାପେଟା ନିକଟରେ ସେମାନେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ରୁକ୍ମୀଣୀ ଗରଡିଆ ଆହାତ ହୋଇ ଗୁରୁତରେ ଅବସ୍ଥାରେ ରେ ଥିବା ଦେଖି ଉପଜିଲ୍ଲାପାଳ ନିଜେ ନିଜ ଗାଡି ଯୋଗେ ତାଙ୍କୁ ଆଣି ଜିଲ୍ଲାମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତମାନ ବି ରୁକ୍ମୀଣୀ ଗରଡିଆଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।
ଆଜିକାଲି ରାସ୍ତାରେ ଅସୁବିଧାରେ ପଡ଼ିଲେ ଚାହିଁ ଆଡ଼ ଆଖି କରି ଲୋକେ ପଳାଇ ଯାଉଥିବା ବେଳେ ଉପଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରାଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରିଛନ୍ତି ।