୨ ବାଘଛାଲ ବେପାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ, ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଅଦାଲତ

ରାୟଗଡ଼ା : ୨ ବାଘଛାଲ ବେପାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ।  ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ।  ଜରିମାନା ଅନାଦେୟେ ଅଧିକ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଅଦାଲତ ।  ୯ ଜଣ ସାକ୍ଷୀ ଓ ୧୫ ଦସ୍ତାବିଜ ଆଧାରରେ ସଜା ଶୁଣାଇଛନ୍ତି ଅଦାଲତ ।  ବାଘଛାଲ ଡିଲ୍ କଲା ବେଳେ ୨ ଜଣ ବାଘ ଚାଲ ବେପାରୀଙ୍କୁ ଧରିଥିଲା ଏସଟିଏଫ ।

କିଛିଦିନ ତଳେ କଲରା ପତରିଆ ବାଘ ଛାଲ ଡିଲ ହେଉଥିବା ବେଳେ ମାଡ଼ି ବସିଥିଲା ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ବିଭାଗର ଟିମ୍ ଗୁଦାରୀ ଗ୍ରାମ ନିକଟରେ , ଦୁଇଟି ବାଇକ୍ ରେ ତିନି ଜଣ ବାଘ ଛାଲ ମାଫିଆ ଡ଼ିଲ କରୁଥିବା ସମୟରେ ମାଡ଼ି ବସିଥିଲେ । ସର୍ଚ୍ଚ କଲାବେଳେ, ସେମାନଙ୍କ ପାଖରୁ ଏକ ବୟସ୍କ କଲର ପତରିଆ ବାଘ ଛାଲ ସହ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କୁଟୁରା ମୁଣ୍ଡର ସିଙ୍ଗ୍ଗ, ଛେରା ଓ ବନ୍ଧୁକ ପାଉଡର ସହ ଦୁଇ ବାଇକ୍ ଜବତ କରିଛି ବନ ବିଭାଗ । ଏଥିରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like