ରାୟଗଡ଼ ଡବଲ ମର୍ଡର ମାମଲା, ଅନୁପ ସାଏଙ୍କୁ ରିମାଣ୍ଡରେ ନେବା ନେଇ ଆଜି ହେବ ଶୁଣାଣି

ରାୟଗଡ଼: ରାୟଗଡ଼ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ରିମାଣ୍ଡରେ ନେବା ନେଇ ଆଜି ହେବ ଶୁଣାଣି। ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ଛତିଶଗଡ଼ ପୋଲିସ । ମର୍ଡର ମିଷ୍ଟ୍ରିରେ ଯୋଗାଡ କରୁଛି ଅଧିକ ତଥ୍ୟ ପ୍ରମାଣ । ପୋଲିସ ଅନୁପ ସାଏଙ୍କୁ ରିମାଣ୍ଡରେ ନେଇ ଡ୍ରାଇଭର ବର୍ଦ୍ଧନଙ୍କ ସହ ତାଙ୍କୁ ମୁହାଁମୁହିଁ ଜେରା କରିବ । ଗତକାଲି ଅନୁପଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେପଟେ ରାୟଗଡ଼ ଡବଲ ମର୍ଡର ମାମଲାରେ ଚାଲିଛି ଜୋରଦାର ଖୋଳତାଡ଼ । ଭୁବନେଶ୍ୱରରେ ଛତିଶଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍‌ ତଦନ୍ତ କରିଛି । ଏୟାରପୋର୍ଟ ଓ ସୁନ୍ଦରପଦାର ଯେଉଁ ଆପାର୍ଟମେଣ୍ଟରେ କଳ୍ପନା ଓ ବବଲୀ ରହୁଥିଲେ ସେଠାରେ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରିଛି କରାଯାଇଥିବା ସୂଚନା ମିଳିଛି । ସେପଟେ ଧୀରେ ଧୀରେ ଅନୁପ ସାଏଙ୍କ ବ୍ୟୂହ ଭେଦୁଛି ଛତିଶଗଡ଼ ପୋଲିସ ।