ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ, ଭୁବନେଶ୍ୱର ଭିିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟରେ ହାଜର ହେଲେ IIC ସ୍ୱାମୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆକ୍ସନ ମୋଡରେ ଭିଜିଲାନ୍ସ । ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଗିରଫ କଲା ଭିଜିଲାନ୍‌ସ । ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢାଉ କରି ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ସେ ଏହାର ହିସାବ ଦେଇପାରିନଥିଲେ । ନିନା ବେଉରା ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟ ଜାତୀୟ ରାଜପଥରେ ରେଡ ହୋଇଛି ।

ଏବେ ନିନା ବେଉରାଙ୍କ ଭୁବନେଶ୍ୱର ପଳାଶପଲ୍ଲୀ ଘର ଓ କଟକ ସ୍ଥିତ ଶ୍ୱଶୁର ଘର ଓ ସଂପର୍କୀୟଙ୍କ ରେଡ ଚାଲିଛି । ଏପଟେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଭୁବନେଶ୍ୱର ଭିିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।

Leave A Reply

Your email address will not be published.