ରାୟଗଡ଼ା : ରାୟଗଡ଼ା ସିଙ୍ଗାପୁର ରୋଡରେ ରେଳ ଧାରଣାରେ ଫାଟ , ଅଳ୍ପକେ ଟଳିଲା ଦୁର୍ଘଟଣା

ରାୟଗଡ଼ା(କେନ୍ୟୁଜ୍) : ଅଳ୍ପକେ ଟଳିଲା ଦୁର୍ଘଟଣା। ରେଳ ଧାରଣାରେ ଫାଟ। ରାୟଗଡ଼ା ସିଙ୍ଗାପୁର ରୋଡରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଛି। ଫାଟ ଯୋଗୁ ଦୁଇଟି ଟ୍ରେନ୍ ଅଟକି ରହିଥିଲା। ଦୀର୍ଘ ସମୟ ଧରି କୋରାପୁଟ- ବିଶାଖାପାଟଣା ପାସେଞ୍ଜର ଓ ଭଗତକୋଟି ଟ୍ରେନ୍ ଅଟକି ରହିଥିଲା। ରେଳ ବିଭାଗର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମରାମତି କରିଥିଲା। ଦୀର୍ଘ ଘଣ୍ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହା ଦ୍ୱାରା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । ପ୍ରବଳ ଥଣ୍ଡା ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।