ରାୟଗଡା: ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣା, ୯ ଜଣଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଲେ କୋର୍ଟ

ରାୟଗଡ଼ା(କେନ୍ୟୁଜ୍):ରାୟଗଡା ପୁଟାସିଂ ଥାନା ଅନ୍ତର୍ଗତ କିତ୍ତୁମ ଗ୍ରାମରେ ୨୦୧୬ ମସିହାରେ ଏକ ଜଘନ୍ଯ ହତ୍ୟାକାଣ୍ଡର ରାୟ ଆଜି ରାୟଗଡା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଶୁଣାଣି ହୋଇଛି । ଅପରାଧୀମାନଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି ରାୟଗଡା ଜିଲ୍ଲା ଦୌରାଜଜ୍।

ମିଳିଥିବା ସୂଚନା ମୁତାବକ ଗତ ୦୯/୦୯/୨୦୧୬ ତାରିଖରେ କିତ୍ତୁମ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମା ଓ ବଡ ଝିଅକୁ କିତ୍ତୁମ ଗାଁର ଜଣେ ନାବାଳକ ସମେତ ୯ଜଣ ବ୍ଯକ୍ତି ଅପହରଣ କରି ନେଇଥିଲେ । ପରେ  ଗାଁ ଦାଣ୍ଡରେ ବାନ୍ଧି ମାଡ଼ ମାରିବା ସହ ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗରେ ବିଷାକ୍ତ ଇଂଜେକସନ ଦେଇ ମାରିଦେବା ସହ ପୋତି ଦେଇ ଥିଲେ । ଏହାପରେ ପ୍ରମାଣ ଲୁଚାଇବାକୁ ଯାଇ ପୋତିଥିବା ସ୍ଥାନରୁ ମୃତଦେହ ଆଣି ପୋଡି ଦେଇଥିଲେ ।

raygada2

ଏହି ମାମଲାର ଶୁଣାଣି କରି ୧୩ ଏପ୍ରିଲ ୨୦୧୮ ମସିହାରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ୯ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହାର ବିଚାର ରାୟଗଡା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚାଲିଥିବା ବେଳେ ଆଜି ଏହାର ଶୁଣାଣି ହୋଇଛି । ମାନ୍ଯବର କୋର୍ଟ ଆଜି ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ତ କରି ଫାଶି ଦଣ୍ଡାଦେଶକୁ  କାଏମ ରଖିଛନ୍ତି।  ଏନେଇ  ଅଭିଯୁକ୍ତମାନଙ୍କ  ଓକିଲ ବିଷ୍ଣୁ ପଣ୍ଡା କହିଛନ୍ତି ରାୟକୁ ପୂନର୍ବାର ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ ।

Leave A Reply

Your email address will not be published.