ରାୟଗଡ଼ା : ମା’ ମଝିଘରିଆଣୀ ମନ୍ଦିର ରବିବାର ଦିନ ବନ୍ଦ ରହିବ

ରାୟଗଡ଼ା (କେ ନ୍ୟୁଜ୍‌) : କରୋନା ସଂକ୍ରମଣ ବୃଦ୍ଧି ହେଉଛି । ଏହାକୁ ଦୃଷ୍ଟିରେ ରଖି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ପ୍ରତି ରବିବାର ବନ୍ଦ ରହିବ । ଏନେଇ ମନ୍ଦିର ପରିଚାଳନା କମିଟି ଉପଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଆବେଦନ କରିଛନ୍ତି ।
ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି । ବିଶେଷ କରି ଜିଲ୍ଲା ତଥା ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନାରୁ ହଜାର ହଜାର ଶ୍ରଦ୍ଧାଳୁ ରବିବାର ଦିନ ମାଆଙ୍କ ଦର୍ଶନ ଆସୁଛନ୍ତି । ତେଣୁ ଏଭଳି ପଦକ୍ଷେପ ନେବାକୁ ଚିଠି ମାଧ୍ୟମରେ ମନ୍ଦିର ପରିଚାଳନା କମିଟି ଜଣାଇଛନ୍ତି ।

MAJHIGHARIANI-2

ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ମନ୍ଦିର ପରିଦର୍ଶନ ସମୟରେ ବ୍ୟାପକ ବ୍ୟତିକ୍ରମ ତାଙ୍କ ନଜରକୁ ଆସିଥିଲା । ତେଣୁ ଏହା ପରେ କରୋନା ସଂକ୍ରମଣ ଭୟରେ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରାଯାଇ ପାରୁନଥିବା ବେଳେ ବାହାର ରାଜ୍ୟର ଭକ୍ତମାନେ ରବିବାର ଦିନ ଦର୍ଶନ ପାଇଁ ଭିଡ ଜମାଉଛନ୍ତି । ତେଣୁ ରବିବାର ଭକ୍ତଙ୍କ ଦର୍ଶନକୁ ବନ୍ଦ ରଖିବା କୁହାଯାଇଛି। କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.