ରାୟଗଡ଼ାରେ ସମଲେଶ୍ୱରୀ ଟ୍ରେନ୍ ଦୁର୍ଘଟଣା ଘଟଣା, ଆଜି ଆସୁଛନ୍ତି ନର୍ଥ ଫ୍ରଣ୍ଟିଏର ସର୍କଲ ରେଳ ସୁରକ୍ଷା କମିଶନର
ରାୟଗଡ଼ା(କେନ୍ୟୁଜ୍) : ରାୟଗଡ଼ାରେ ସମଲେଶ୍ୱରୀ ଟ୍ରେନ୍ ଦୁର୍ଘଟଣା ଘଟଣାରେ ତଦନ୍ତ ଆରମ୍ଭ । ଆଜି ରାୟଗଡ଼ା ଆସୁଛନ୍ତି ନର୍ଥ ଫ୍ରଣ୍ଟିଏର ସର୍କଲ ରେଳ ସୁରକ୍ଷା କମିଶନର ଆର. କେ. ଶର୍ମା। ଆଜି ଅପରାହ୍ନରେ ରାୟଗଡ଼ାରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିବେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳ କର୍ମଚାରୀ ଓ ସାଧାରଣ ଲୋକ ସାକ୍ଷ୍ୟ ପ୍ରଦାନ କରିବେ । ଏହା ସହ ଘଟଣା ସହ ଜଡ଼ିତ ଅଫିସରମାନଙ୍କ ବୟାନ ରେକର୍ଡ କରାଯିବ । ଆସନ୍ତାକାଲି ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ଗତ ୨୫ ତାରିଖରେ ରାୟଗଡ଼ା-କୋରାପୁଟ ରେଳପଥର ଅଙ୍ଗୁରୁଠାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ତିନି ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।