ଚମକିବ ଭୁବନେଶ୍ୱର ରେଳ ଷ୍ଟେସନ, ଭାରତୀୟ ରେଲୱେ ଓ ଓଡ଼ିଶା ମଧ୍ୟରେ ହେଲା ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭାରତୀୟ ରେଲୱେ ଓ ଓଡ଼ିଶା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ । MOUରେ BDA ଉପାଧ୍ୟକ୍ଷ ଓ DRM ସ୍ୱାକ୍ଷର କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୧୩୦ କୋଟି ଟଙ୍କା । ସେଭିତରୁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୦ କୋଟି । ସେହିପରି ଭାରତୀୟ ରେଲୱେ ବହନ କରିବ ୭୦ କୋଟି ଟଙ୍କା । ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳକୁ ରେଳ ଷ୍ଟେସନ ମଲ୍ଟିମୋଡାଲ ହବ ଭାବେ ବିକଶିତ କରାଯିବ ।

bhubaneswar railway stationକେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନରେ ଏହି ପ୍ରକଳ୍ପ କାର୍ଯ୍ୟ ହେବ । ମଲ୍ଟି ମୋଡାଲ ହବରେ ରେଳ ଷ୍ଟେସନ ପାଇଁ ନୂଆ ଟର୍ମିନାଲ ବିଲଡିଂ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଂ ଓ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା ସବୁ ରହିବ । ନୂଆ ଷ୍ଟେସନ ବିଲଡିଂ ଓ ଦୁଇ ନୂଆ ରେଲୱେ ଲାଇନ ସହିତ ପ୍ଲାଟଫର୍ମକୁ ସମନ୍ଵିତ ଭାବେ ବିକଶିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.