ରି-ଓପନିଂ ଗାଇଡଲାଇନ୍‌ ଅବଧି ବୃଦ୍ଧି, ସେପ୍ଟେମ୍ବରରେ ଜାରି ଗାଇଡଲାଇନ ନଭେମ୍ବର ୩୦ ଯାଏ ଲାଗୁ

କେନ୍ୟୁଜ (ବ୍ୟୁରୋ): ଅନଲକ-୫ ପାଇଁ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଳାଳୟ ପକ୍ଷରୁ ରି-ଓପେନିଂ ଗାଇଡଲାଇନ ଜାରି ହୋଇଛି । କଣ୍ଟେନମେଣ୍ଟ ଜୋନ ଗୁଡିକରେ ପୂର୍ବପରି କଟକଣା ଜାରି ରହିବ । ତେବେ ବିନା ବାଧାରେ ରାଜ୍ୟ-ରାଜ୍ୟ ଏବଂ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗମନାଗମନ ଓ ଜିନିଷପତ୍ର ନେବା ଆଣିବା କରି ହେବ । ସରକାରଙ୍କ ଅନୁମତି ନେଇ ଅନ୍ୟ ଦେଶକୁ ଯାଆସ କରିପାରିବେ ।

ପୂର୍ବପରି କଟକଣା ମଧ୍ୟରେ ସିନେମା ହଲ ଓ ସୁଇମିଂ ପୁଲ ଖୋଲିବ । ୫୦ ପ୍ରତିଶତ ଦର୍ଶକରେ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି । ସେହିପରି ସେପ୍ଟେମ୍ବର ୧୫ ତାରିଖରୁ ଦେଶରେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ସର୍ତ୍ତମୂଳକ ଅନୁମତି ଦେଇଥିଲେ ବି ଅଧିକାଂଶ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇନାହାନ୍ତି । ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଗାଇଡଲାଇନରେ କୁହାଯାଇଛି । ବିଶ୍ୱରେ କରୋନା କାୟା ପରେ ମାର୍ଚ୍ଚ ୨୫ ତାରିଖରେ ଦେଶରେ ଲକଡାଉନ ଜାରି ହୋଇଥିଲା । ବିିଭିନ୍ନ ପର୍ଯ୍ୟାୟରେ ଏହା ମଇ ୩୧ ପର୍ଯ୍ୟନ୍ତ ଜାରି ହୋଇଥିଲା । ଏହାପରେ ଜୁନ ୧ ତାରିଖରୁ ଦେଶରେ ଅନଲକ ପକ୍ରିୟା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.