କଣ୍ଟାମାଳର ଗୋଟିଏ ବୁଥରେ ଆଉ ଥରେ ହେବ ପୁଲିଂ, ଗଣ୍ଡଗୋଳ ଯୋଗୁଁ ବନ୍ଦ ରହିଥିଲା ମତଦାନ
କଣ୍ଟାମାଳର ଗୋଟିଏ ବୁଥରେ ଆଉ ଥରେ ପୁଲିଂ ହେବ । ଭାରତୀୟ ନିର୍ବାଚନ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରକ୍ସା ପଞ୍ଚାୟତ ମହେଶ୍ୱରପିଣ୍ଡା ବୁଥ ନଂ - ୨୮ ରେ ରିଗିଂ ହୋଇଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି ।

କଣ୍ଟାମାଳ (କେନ୍ୟୁଜ): କଣ୍ଟାମାଳର ଗୋଟିଏ ବୁଥରେ ଆଉ ଥରେ ପୁଲିଂ ହେବ। ଭାରତୀୟ ନିର୍ବାଚନ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରକ୍ସା ପଞ୍ଚାୟତ ମହେଶ୍ୱରପିଣ୍ଡା ବୁଥ ନଂ – ୨୮ ରେ ରିଗିଂ ହୋଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି।
ସୂଚନା ଅନୁସାରେ ଗତକାଲି ଗଣ୍ଡଗୋଳ ଯୋଗୁଁ ଏହି ବୁଥରେ ମତଦାନ ବନ୍ଦ ରହିଥିଲା। ଅପରାହ୍ନ ଘ୧.୩୦ ରୁ ମତଦାନ ବନ୍ଦ ରହିଥିଲା। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଲୋକେ ବୁଥ୍ ଆଗରେ ଦୁଇ ଘଣ୍ଟା କାଳ ଧାରଣା ଦେଇଥିଲେ । ପ୍ରଶାସନକୁ ଜଣାଇବା ପରେ ବି କେହି କର୍ଣ୍ଣପାତ କରିନଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏଥିଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଯାଇ ପୋଲିସ ଲାଠି ମାଡ଼ କରିବା ସହ ଫାଙ୍କା ଗୁଳି ଚାଳନା କରିଥିବା କୁହାଯାଉଛି । ଉତ୍ତ୍ୟକ୍ତ ଲୋକେ ବି ପୋଲିସ ଉପରକୁ ଟେକାପଥର ମାଡ଼ କରିବାରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା ।