କଟକସ୍ଥିତ କ୍ୟାମ୍ପ ଅଫିସରରେ ଶରତ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ କମିଶନର

କଟକ(କେନ୍ୟୁଜ୍) : କଟକସ୍ଥିତ କ୍ୟାମ୍ପ ଅଫିସରରେ ସଦର ଥାନାର କନେଷ୍ଟବଳ ଶରତ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନିଜ ଜୀବନକୁ ପାଣି ଛଡେଇ ଟ୍ରକ ମୁହଁରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଞ୍ଚାଇଥିବା ଏହି କନେଷ୍ଟବଳଙ୍କୁ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ସମ୍ବର୍ଦ୍ଧିତ କରିଛନ୍ତି। ଫୁଲନଖରା- ନିଆଳୀ ରାସ୍ତାର ବ୍ରାହ୍ମଣଝରିଲୋ ବଜାରଠାରେ କନେଷ୍ଟବଳ ଶରତ ବିଶ୍ୱାଳ ଡ୍ୟୁଟି କରୁଥିବାବେଳେ ସ୍କୁଲ ଛାତ୍ରଛାତ୍ରୀ ରାସ୍ତା ପାର୍ ହେଉଥିଲେ। ଏକ ଟ୍ରକ ସେମାନଙ୍କ ଆଡକୁ ମାଡି ଆସୁଥିବା ବେଳେ ଶରତ ଟ୍ରକ ସାମ୍ନାକୁ ଡେଇଁପଡି ଛାତ୍ରଛାତ୍ରୀଙ୍କୁ ରାସ୍ତା କଡକୁ ଠେଲି ଦେଇଥିଲେ। ସେମାନେ ବଞ୍ଚିଯାଇଥିବା ବେଳେ ଶରତ ସାମାନ୍ୟ ଆହତ ହୋଇଥିଲେ। ଗତ ୧୨ରେ ଏହି ଘଟଣା ଘଟିଥିଲା। ଶରତଙ୍କୁ ପ୍ରମାଣପତ୍ର ସହ ସ୍ମାରକୀ ପ୍ରଦାନ କରିଥିଲେ ପୋଲିସ କମିଶନର।