ନାବାଳିକା ଚାଲାଣ ଘଟଣାର ଖୋଲିଛି ଗୁମର
ବାଲେଶ୍ୱର (କେନ୍ୟୁଜ୍) : ନାବାଳିକା ଚାଲାଣ ଘଟଣାର ଖୋଲିଛି ଗୁମର । ଦଲାଲ ସହ ନାବାଳିକାଙ୍କ ବାପା ଓ ମା’ଙ୍କୁ ଅଟକ ରଖିଲା ପୋଲିସ । ଉତ୍ତରପ୍ରଦେଶର ଦୂର୍ବିନ ସିଂ ରେମୁଣାର ବାସନ୍ତୀ ସିଂଙ୍କୁ ବିବାହ କରିଥିଲା । ହେଲେ ସେହି ଗାଁର ସଙ୍କୁରୁ ଦଳେଇଙ୍କ ୧୨ବର୍ଷର ନାବାଳିକା ଝିଅକୁ ପୁଣି ବିବାହ କରିବାକୁ ଯୋଜନା କରୁଥିଲେ । ବିବାହ ବେଳେ ନାବାଳିକାଙ୍କ ପରିବାରକୁ ୨୦ ହଜାର ଟଙ୍କା ଦେବେ ବୋଲି ସ୍ଥିର ହୋଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକ ଜାଣି ପାରି ପୋଲିସକୁ ଖବର ଦେବାପରେ ସଂପୃକ୍ତ ଦଲାଲ ଓ ନାବାଳିକା ବାପା, ମା’ଙ୍କୁ ପୋଲିସ ଅଟକ ରଖିଥିଲା । ପରେ ଘଟଣାକୁ ନେଇ କୌଣସି ଅଭିଯୋଗ ନହେବା ପରେ ପୋଲିସ ସମସ୍ତଙ୍କୁ ଛାଡିଦେଇଛି ।