ବଦଳିବ ରାଜ୍ୟସ୍ତରୀୟ ପରେଡ ସ୍ଥଳ, ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତ୍ତେ ଖୋଲା ସ୍ଥାନରେ ହେବ ପରେଡ

ବଦଳିବ ରାଜ୍ୟସ୍ତରୀୟ ପରେଡ ସ୍ଥଳ। ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତ୍ତେ ଏକ ଖୋଲା ସ୍ଥାନରେ ଏହା କରିବାକୁ ଯୋଜନା କରୁଛନ୍ତି ସରକାର। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ପୋଲିସ କମିଶନର ୩ଟି ସ୍ଥାନ ଯାଞ୍ଚ କରିଛନ୍ତି। ଯଦି ଏଭଳି ହୁଏ, ତେବେ ପ୍ରଦର୍ଶନୀ ପଡିଆ, କଳିଙ୍ଗ ଷ୍ଟାଡିୟମ କିମ୍ବା ଜନତା ମଇଦାନ ମଧ୍ୟରୁ ଗୋଟିଏ ସ୍ଥାନରେ ହେବ ରାଜ୍ୟସ୍ତରୀୟ ପରେଡ। ଯେଉଁଠି ପରେଡ ଦେଖିବାକୁ ଆସୁଥିବା ଦର୍ଶକ ମାନଙ୍କ ପାଇଁ ସୁବିଧା ହେବ। ଏବେ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ହେଉଥିବାରୁ ଟ୍ରାଫିକ୍‌ ଓ ପାର୍କିଂରେ ସମସ୍ୟା ଉପଜୁଛି। ତେବେ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପରେଡ ରିହଲସଲ ପୂର୍ବରୁ କେଉଁଠି ହେବ ତାହା ସ୍ପଷ୍ଟ ହେବ।

 

Leave A Reply

Your email address will not be published.