ଏବେଠୁ ରେକର୍ଡ କଲାଣି ତାତି, ୩୮ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ବର : ରାଜ୍ଯରେ ଏବେଠୁ ଡରାଇଲାଣି ଖରା ।  ୩୮ ଡ଼ିଗ୍ରୀ ସେଲସିୟସ ପାର କଲା ତାପମାତ୍ରା । ବୌଦ୍ଧ ଓ ବଲାଙ୍ଗିରରେ ରେକର୍ଡ କରିଛି ତାତି। ୩୮.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି ।  ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଟପିଛି ତାପମାତ୍ରା ।  ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ ।

ସୋନପୁର, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ହୀରାକୁଦ, ବୌଦ୍ଧ ଓ ବାରିପଦାରେ ୩୭ ଡିଗ୍ରୀରୁ ଅଧିକ ରହିଥିଲା ଦିନ ତାପମାତ୍ରା ।  ମାର୍ଚ୍ଚ ଆରମ୍ଭରୁ ଏଭଳି ସ୍ଥିତି ଉପୁଜିଲାଣି। ଆଗକୁ ସ୍ଥିତି ଅସମ୍ଭାଳ ହେବା ଆଶଂକା । ରବିବାର ଅପରାହ୍ଣ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଅତିକ୍ରମ କରିଛି ।

ଶନିବାର ଏହି ସମୟରେ ରାଜଧାନୀ ତାପମାତ୍ରା ୩୪ଡିଗ୍ରୀ ଥିଲା। ସେହିପରି ଚାନ୍ଦବାଲିରେ ଦିନ ତାପମାତ୍ରା ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୩୫.୪ଡିଗ୍ରୀ ରେକର୍ଡ ହୋଇଛି। ଶନିବାର ଏହି ସମୟରେ ଦିନ ତାପମାତ୍ରା ୩୪.୮ଡିଗ୍ରୀ ରେକର୍ଡ ହୋଇଥିଲା ।

Also read: ଏବେଠୁ ରେକର୍ଡ କଲାଣି ତାତି, ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା